ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
ସେଣ୍ଟ ଲୁସିଆ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ୍ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ସୋମବାର ନିଜ ଶେଷ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି। ଏଥିସହ ଭାରତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି। ଗତ ସଂସ୍କରଣ (୨୦୨୨) ଭଳି ସେମିଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୨୦୫ [...]
ସେଣ୍ଟ ଲୁସିଆ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ୍ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ସୋମବାର ନିଜ ଶେଷ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି। ଏଥିସହ ଭାରତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି। ଗତ ସଂସ୍କରଣ (୨୦୨୨) ଭଳି ସେମିଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ ।
ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୨୦୫ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୮୧ ରନ କରି ପାରିଥିଲା। ପରାଜିତ ହୋଇଥିଲେ ହେଁ ଅଷ୍ଟ୍ରେଲିଆର ଅଭିଯାନ ଶେଷ ହୋଇନାହିଁ। ଏହି ଦଳ ୩ ମ୍ୟାଚରୁ ୨ ପଏଣ୍ଟରେ ରହିଛି। ମଙ୍ଗଳବାର ଆଫଗାନିସ୍ତାନ-ବାଂଲାଦେଶ ମ୍ୟାଚର ଫଳାଫଳ ଅଷ୍ଟ୍ରେଲିଆର ଭାଗ୍ୟ ନିର୍ଦ୍ଧାରଣ କରିବ। ଆଫଗାନିସ୍ତାନ ବିଜୟୀ ହେଲେ ସିଧାସଳଖ ସେମିଫାଇନାଲ ଯିବ। ବାଂଲାଦେଶ ବିଜୟୀ ହେଲେ ୩ଦଳର ପଏଣ୍ଟ ୨ ରହିବ। ଏ କ୍ଷେତ୍ରରେ ନେଟ୍ ରନ୍ ରେଟ୍ ନିର୍ଣ୍ଣାୟକ ଭୂମିକା ନେବ।
ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା । ଦ୍ୱିତୀୟ ଓଭରର ୪ର୍ଥ ବଲ୍ରେ ବିରାଟ କୋହଲିଙ୍କୁ ଗୋଲ୍ଡେନ ଡକ୍ (୦)ରେ ଆଉଟ କରି ଅଷ୍ଟ୍ରେଲିଆ ଶିବିରରେ ଉତ୍ସାହ ଭରି ଦେଇଥିଲେ ଜୋଶ୍ ହାଜେଲଉଡ୍। ମାତ୍ର ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ଇନିଂସ୍କୁ ଆଗେଇ ନେଇଥିଲେ। ମାତ୍ର ୧୯ ବଲ୍ରେ ସେ ଅର୍ଦ୍ଧଶତକ ପୂରଣ କରିଥିଲେ। ଯାହାକି ଚଳିତ ଟି୨୦ ବିଶ୍ଵକପରେ ଦ୍ରୁତତମ ଅର୍ଦ୍ଧଶତକ ଥିଲା । ପାଓାରପ୍ଲେ ୬ ଓଭରରେ ଭାରତ ୬୦ ରନ ସଂଗ୍ରହ କରି ବଡ଼ ସ୍କୋର ପାଇଁ ପଥ ପ୍ରସ୍ତୁତ କରିଥିଲା । ରୋହିତ ଓ ପନ୍ତ ଦ୍ଵିତୀୟ ଓ୍ବିକେଟରେ ୩୮ ବଲ୍ରୁ ୮୭ ରନର ଭାଗୀଦାରି ଗଢ଼ିଥିଲେ। ସେଥିରେ ପନ୍ତଙ୍କ ଅବଦାନଥିଲା ମାତ୍ର ୧୫ ରନ ରୋହିତ ଧୂଆଁଧାର ବ୍ୟାଟିଂ ଜାରି ରଖି ଶତକର ନିକଟତର ହୋଇଥିଲେ। ତେବେ ସେ ୪୧ ବଲ୍ରୁ ୭ ଚୌକା ଓ ୮ ଛକା ସହାୟତାରେ ୯୨ ରନ କରିଥିବାବେଳେ ମିଚେଲ ଷ୍ଟାର୍କଙ୍କ ୟର୍କରକୁ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଥିଲେ। ସେ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ଓ୍ବିକେଟରେ ୨୦ ବଲ୍ରୁ ୩୪ ରନର ଭାଗୀଦାରି ଗଢ଼ିଥିଲେ। ସୂର୍ଯ୍ୟକୁମାର ୧୬ ବଲ୍ରୁ ୩୧ (୩ ଚୌକା, ୨ ଛକା), ଶିବମ୍ ଦୁବେ ୨୨ ବଲ୍ରୁ ୨୮ (୨ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ହାର୍ଦ୍ଦିକ ୧୭ ବଲ୍ରୁ ୨୭ (୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ।
୨୦୬ ରନର ବିଜୟ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ଶୀଘ୍ର ଡେଭିଡ ଓ୍ବାର୍ଣ୍ଣରଙ୍କ ଓ୍ବିକେଟ୍ ହରାଇଥିଲା। ଓ୍ବାର୍ଣ୍ଣର ମାତ୍ର ୬ ରନ୍ କରି ଆଉଟ ହୋଇଥିଲେ ହେଁ ଟ୍ରାଭିସ ହେଡ୍ ଓ ମିଚେଲ ମାର୍ଶ ଦ୍ୱିତୀୟ ଓ୍ବିକେଟରେ ୮୧ ରନ ଯୋଗକରି ଦଳକୁ ଲକ୍ଷ୍ୟ ପଥରେ ଅଗ୍ରସର କରାଇଥିଲେ। ୨୮ ବଲ୍ ୩୭ ରନ କରିଥିବା ମାର୍ଶଙ୍କୁ ଆଉଟ କରି ପାର୍ଟନରଶିପ୍ ଭାଙ୍ଗିଥିଲେ କୁଲଦୀପ ଯାଦବ। ହେଡ୍ କ୍ରିଜ୍ରେ ଥିବା ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଆଶା ଉଜ୍ଜୀବିତ ରହିଥିଲା। ମାତ୍ର ୧୭ତମ ଓଭରର ୩ୟ ବଲ୍ରେ ନିର୍ଭରଯୋଗ୍ୟ ଯଶପ୍ରୀତ୍ ବୁମ୍ରାଙ୍କ ବଲ୍ରେ ହେଡ୍ଙ୍କ ବିଦାୟ ସହ ଭାରତ ଗେମ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା। ହେଡ୍ ୪୩ ବଲ୍ରୁ ସର୍ବାଧିକ ୭୬ (୯ ଚୌକା, ୪ ଛକା) ରନ କରିଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି, କୁଲଦୀପ ଯାଦବ ୨ଟି ଏବଂ ଯଶପ୍ରୀତ୍ ବୁମ୍ରା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଓ୍ବିକେଟ୍ ନେଇଥିଲେ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ପ୍ରଥମ ଥର ସେମିରେ ଆଫଗାନିସ୍ତାନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
