ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପୁରୀ ରଥଖଳାରୁ:- ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ସହୋଯୋଗରେ ତିନି ରଥର ତୃତୀୟ ଭୂଇଁ ପ୍ରସ୍ତୁତ କରାଯାଇଛି

ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି। ରଥ ନିର୍ମାଣର ଆଜି ୪୬ ତମ ଦିବସ। ଗତକାଲି ତିନି ରଥ ତୃତୀୟ ଭୂଇଁ ଫ୍ରେମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ଉପରେ ଚାରି ଗୋଟି ପୋଟଳ ଖମ୍ବି ଏବଂ ଦୁଇଗୋଟି ପୋଟଳ ଶେଣୀ ସଂଯୋଗ ହୋଇଥିଲା। ଆଜି ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଲା। ଆଜି ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ [...]

Admin•ଜୁନ 26, 2024
Share Article:

ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି। ରଥ ନିର୍ମାଣର ଆଜି ୪୬ ତମ ଦିବସ। ଗତକାଲି ତିନି ରଥ ତୃତୀୟ ଭୂଇଁ ଫ୍ରେମ ଉଠି ମଝି ଭୂଇଁ ଉପରେ ସଂଯୋଗ ସହ ତୃତୀୟ ଭୂଇଁ ଉପରେ ଚାରି ଗୋଟି ପୋଟଳ ଖମ୍ବି ଏବଂ ଦୁଇଗୋଟି ପୋଟଳ ଶେଣୀ ସଂଯୋଗ ହୋଇଥିଲା।

ଆଜି ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଲା। ଆଜି ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହୋଯୋଗରେ ବଡଧରା ପୋଟଳ ତିନି ରଥର ତୃତୀୟ ଭୂଇଁ ଉପରେ ସେଟିଙ୍ଗ କରାଯାଇଛି।

ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ, ଏହା ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ, ଏହାର ଗଠନ ଶୈଳୀ ଶ୍ରୀମନ୍ଦିର ଶ୍ରୀଶ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ। ଏଥିସହ ଆଜି ତିନିର ପଛ ଆଣି ଢ଼ମକ ଚାରି ନାହାକାକୁ ଲାଗି ପଡ଼ି କଣ୍ଟା ବାଡିଆ
ଶେଷ ହୋଇଛି। ଆଜି ଚାରି ନାହାକା ଉଭୟ ପଟରେ ମୂଳ କଇଞ୍ଚି ବାଡିଆ ଶେଷ ହୋଇଛି।

ଏଥିସହ ଆଜି ତିନି ରଥର ଚରି ପାର୍ଶ୍ୱରେ ତାଗ ବାଡ଼ିଆ ବା ବଟନ ଆଡ଼ିଆ ଆରମ୍ଭ ହୋଇଛି ତାଗ ବାଡିଆ ପରେ ରଥର ଚହରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ।

ତିନି ରଥର କନକମୁଣ୍ଡି, ନିର୍ମାଣ ସହ ତାର ଚିର ପାର୍ଶ୍ୱରେ କାପ ବିନ୍ଧ ଶେଷ ହେବା ସହ, ତିନି ରଥର କଳସ ପିଣ୍ଡି ନିର୍ମାଣ ଜାରୀ ରହିଛି।

ତିନି ରଥର ବଡଧରା ପୋଟଳ ରଥରେ ସେଟିଂ ପରେ ବାକି ପୋଟଳ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ତିନି ରଥର ଚାରିଗୋଟି ଲେଖାଏଁ ଧ୍ଵଜ ବତା ନିର୍ମାଣ ଶେଷ। ତିନ ରଥ ଦ୍ଵାର ଗୁଡିକରେ ନାତଗୋଡ ସେଟିଂ ପାଇଁ ଆଠଟି ଲେଖାଏଁ ଗାରେଡ଼ି ନିର୍ମାଣ ଶେଷ ହୋଇଛି ।

ରୂପକାର ସେବକ ମାନେ ତିନିରଥର ଚରପରିଛାରେ ଚିତ୍ର ଖୋଦେଇ ଶେଷ କରିବା ସହ ନାଟ ଗୋଡ଼ ଗୁଡିକରେ ରୁପଖୋଦେଇ ଜାରୀ ରଖିଛନ୍ତି।

ତିନି ରଥର ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶରେ ଧଳା ପାଇମର ଦେବା ସହ ରଥ ପାର୍ଶ୍ଵ ଦେବ ଦେବୀ, ନର୍ତ୍ତକୀ, ଶିଖର ଡମ୍ବରୁ ଏବଂ ଠେ କେରା ବାଡ଼ରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ କଇଞ୍ଚି କଣ୍ଟା ନିର୍ମାଣ ସହ ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

#Odia#Odisha#News
Share Article:

Related Articles