ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ନେବାବେଳେ ଧରାପଡିଲେ ତହସିଲ ଅଫିସର ବଡବାବୁ

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ଜନ୍‌ ଉଇଲିୟମ ବରାଳ। ଏକ ଜମିଜମା କେସ୍ ରେକର୍ଡର ସାର୍ଟିଫାଏଡ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରାଳଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏଡ ନକଲ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଜନ୍‌ ଉଇଲିୟମ ବରାଳ ୧୦ ହଜାର ଟଙ୍କା ଲାଞ୍ଚ [...]

Admin•ଜୁନ 29, 2024
Share Article:

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ଜନ୍‌ ଉଇଲିୟମ ବରାଳ। ଏକ ଜମିଜମା କେସ୍ ରେକର୍ଡର ସାର୍ଟିଫାଏଡ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରାଳଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌।

ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏଡ ନକଲ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଜନ୍‌ ଉଇଲିୟମ ବରାଳ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଅଭିଯୋଗକାରୀ ଜଣଙ୍କ ବରାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ସେଠାରେ ଥିବା ଭିଜିଲାନ୍ସ ଟିମ୍‌ ବରାଳଙ୍କୁ ମାଡ଼ି ବସିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌ ।

#Odia#Odisha#News
Share Article:

Related Articles