ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଗେଇ ଚାଲିଛି ରଥ ନିର୍ମାଣ କାମ , ତିନି ରଥ ପ୍ରଭାରେ ଖୋଦେଇ କାର୍ଯ୍ୟ ଆରମ୍ଭ

ପୁରୀ – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର କାମ ଜୋରସୋରରେ ଆଗେଇ ଚାଲିଛି। ସୋମବାର ଦିନ ଅନୁକୂଳ ପୂଜା ସହ ତିନି ରଥ ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡେଇ ତିନି ରଥ ପ୍ରଭାରେ ରୂପ ଖୋଦେଇ ଚିତ୍ର ଅଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭାରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି।( ତିନି ରଥ ପ୍ରଭା [...]

Admin•ଜୁଲାଇ 1, 2024
Share Article:
ଆଗେଇ ଚାଲିଛି ରଥ ନିର୍ମାଣ କାମ , ତିନି ରଥ ପ୍ରଭାରେ ଖୋଦେଇ କାର୍ଯ୍ୟ ଆରମ୍ଭ

ପୁରୀ – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର କାମ ଜୋରସୋରରେ ଆଗେଇ ଚାଲିଛି। ସୋମବାର ଦିନ ଅନୁକୂଳ ପୂଜା ସହ ତିନି ରଥ ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡେଇ ତିନି ରଥ ପ୍ରଭାରେ ରୂପ ଖୋଦେଇ ଚିତ୍ର ଅଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକ ମାନେ ମିଶି ପ୍ରଭାରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି।( ତିନି ରଥ ପ୍ରଭା ଉପରେ ରାହୁ ବା କୀର୍ତ୍ତିମୁଖ ଦୁଇହାତରେ ଦୁଇଟି ଛୁରୀ ଧରିଥିବା ଚିତ୍ର, ବାଙ୍କରେ ଦାଳି ଲତା ଏବଂ ତଳ ଭାଗ ଦୁଇପାର୍ଶ୍ଵରେ ମଗର ମୁଖ ଇତ୍ୟାଦିର ରୂପ ଖୋଦେଇ କାର୍ଯ୍ୟ) ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ମିଶି ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢ଼ାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ ସହ ସଂଯୋଗ ପୂର୍ବକ ରଥରେ ଦଉଡ଼ି ଦ୍ଵାରା ବାନ୍ଧେଣୀ କରିଛନ୍ତି । ସୋମବାର ମହାରଣା ସେବକମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଆଠଆଁସି ଘୋଡ଼ା ଇସ ନିର୍ମାଣ ସହ ସେଥିରେ ଦୁଇଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।

ଏଥିସହ ତିନି ରଥ ମହାରଣା ସେବକମାନେ ଆଜି ତିନି ରଥର ପ୍ରଭା ଫିଟିଙ୍ଗ ପାଇଁ ବେଦୀ ପଛଭାଗ ଚଉଦ ନାହାକାରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଫିଟିଙ୍ଗ କରିଛନ୍ତି।

ଚିତ୍ରକାର ସେବକମାନେ ତିନି ରଥକୁ ଦୁଆର ବେଢ଼ା ଉଠିବା ପାଇଁ ୨୪ ଟି ନାଟ ଗୋଡର ଖୋଦେଇ ରୂପରେ ରଙ୍ଗ ଚିତ୍ର ଶେଷ କରି ଯୋଗାଇବା ସହ ତିନି ରଥ କଳସରେ ପଦ୍ମ ପାଖୁଡ଼ା ରଙ୍ଗ ଚିତ୍ର ଶେଷ କରି ଛନ୍ତି, ଏଥି ସହ ତିନି ରଥର ଘୋଡ଼ା, ସାରଥି, ରଥର ବାହ୍ୟ ଅଂଶ ସହ ହଂସ ପଟା, ପାର୍ଶ୍ଵ ଦେବ ଦେବୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।ଦରଜୀ ସେବକମାନେ ତିନି ରଥର ଘେର କନା ପ୍ରସ୍ତୁତ ଶେଷ କରି ପୋଟଳ କନା କଟିଙ୍ଗ ଶେଷ କରି ସେଥିରେ ଚିକଣ ଜାରୀ ଲେସ ଫିଟିଙ୍ଗ ଜାରୀ ରଖିଛନ୍ତି।

ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦୁଆର ବେଢ଼ା ପାଇଁ ଧ୍ଵଜ ବତା କଣ୍ଟା, ଘୋଡ଼ା ସାରଥିଙ୍କ ପାଇଁ ବାଗୁଆ କଣ୍ଟା ଶେଷ କରିବାସହ, ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

#Odia#Odisha#News
Share Article:

Related Articles