ଆଜି ଆଷାଢ ମାସର କୃଷ୍ଣ ପକ୍ଷ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ, ଶ୍ରୀ କ୍ଷେତ୍ରରେ ଖଳିଲାଗି ଏକାଦଶୀ
ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ କରିବାର ବିଧାନ ରହିଛି। ପରମେଶ୍ବର ଶ୍ରୀ ବିଷ୍ଣୁ ମାନବ କଲ୍ୟାଣ ପାଇଁ ନିଜର ଶରୀରରୁ ପୁରୁଷୋତ୍ତମ ମାସର ଏକାଦଶୀକୁ ମିଶାଇ ସମୁଦାୟ ୨୬ଟି ଏକାଦଶୀ ପ୍ରକଟ କରିଛନ୍ତି। କୃଷ୍ଣ ଓ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର ନାମ ଏବଂ ତାର ଗୁଣ ଅନୁସାରେ ନାମକରଣ କରାଯାଇଥାଏ। ସମସ୍ତ ଏକାଦଶୀରେ ନାରାୟଣ ସମତୁଲ୍ୟ ଫଳ ପ୍ରଦାନ କରିଥାନ୍ତି। ଭଗବାନ ସମସ୍ତ ଭକ୍ତମାନଙ୍କର ମନସ୍କାମନା [...]
ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ କରିବାର ବିଧାନ ରହିଛି। ପରମେଶ୍ବର ଶ୍ରୀ ବିଷ୍ଣୁ ମାନବ କଲ୍ୟାଣ ପାଇଁ ନିଜର ଶରୀରରୁ ପୁରୁଷୋତ୍ତମ ମାସର ଏକାଦଶୀକୁ ମିଶାଇ ସମୁଦାୟ ୨୬ଟି ଏକାଦଶୀ ପ୍ରକଟ କରିଛନ୍ତି। କୃଷ୍ଣ ଓ ଶୁକ୍ଳ ପକ୍ଷରେ ପଡୁଥିବା ଏକାଦଶୀର ନାମ ଏବଂ ତାର ଗୁଣ ଅନୁସାରେ ନାମକରଣ କରାଯାଇଥାଏ। ସମସ୍ତ ଏକାଦଶୀରେ ନାରାୟଣ ସମତୁଲ୍ୟ ଫଳ ପ୍ରଦାନ କରିଥାନ୍ତି। ଭଗବାନ ସମସ୍ତ ଭକ୍ତମାନଙ୍କର ମନସ୍କାମନା ପୂରଣ କରି ବିଷ୍ଣୁ ଲୋକରେ ପହଞ୍ଚାଇଥାନ୍ତି। ଏହି ସମସ୍ତ ଏକାଦଶୀ ମଧ୍ୟରେ ‘ଯୋଗିନୀ ଏକାଦଶୀ’ ସ୍ବତନ୍ତ୍ର। ଏହି ଏକାଦଶୀ ଦିନ ଉପବାସ କଲେ ଭଗବାନ ସମସ୍ତ ପ୍ରକାର ଅପଯଶ ଏବଂ ଚର୍ମ ରୋଗ ମୁକ୍ତି ମିଳିଥାଏ।
ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହିତ ଅଶ୍ବସ୍ତ ବା ଓସ୍ତ ବୃକ୍ଷ ମଧ୍ୟ ପୂଜା କରାଯାଇଥାଏ। ଭକ୍ତମାନେ ଏହି ଦିନ ଉପବାସ କରିବା ସହ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଉଚ୍ଚାରଣ କରି ସ୍ନାନ କରାଇବା ଉଚିତ। ଏହା ବ୍ୟତୀତ ଭଗବାନଙ୍କୁ ଧୂପ-ଦୀପ, ବସ୍ତ୍ର, ଚନ୍ଦନ, ଅକ୍ଷତ, ନୈବେଦ୍ୟ ଆଦି ଅର୍ପଣ କରିବା ଉଚିତ। ପଦ୍ମ ପୁରାଣ ଅନୁଯାୟୀ ଯୋଗିନୀ ଏକାଦଶୀ ସମସ୍ତ ପାପକୁ ବିନାଶ କରିଥାଏ। ଏହା ଶରୀରର ସମସ୍ତ ବ୍ୟାଧିକୁ ନଷ୍ଟ କରିବା ସହ ସୁନ୍ଦର ରୂପ, ଗୁଣ ଏବଂ ଯଶ ଦେଇଥାଏ। ଏହି ବ୍ରତର ଫଳ ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ସମାନ ହୋଇଥାଏ।
ଏହି ଏକାଦଶୀ ସମ୍ପର୍କରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଗୋଟିଏ କଥା କହିଥିଲେ, ଅଲକାପୁରୀର ରାଜା କୁବେର ଏକ ଘଟଣାରେ ତାଙ୍କ ମାଳିକୁ ଅଭିଶାପ ଦେଇଥିଲେ । ଯେଉଁଥିରେ ମାଳି କୁଷ୍ଠ ରୋଗରେ ପୀଡ଼ିତ ହୋଇ ସେ ମାର୍କଣ୍ଡେୟ ଋଷିଙ୍କ ଆଶ୍ରମରେ ପହଞ୍ଚିଥିଲେ। ସେହି ସମୟରେ ଋଷି ତପସ୍ୟା ବଳରେ ତାଙ୍କ ଦୁଃଖ ଜାଣିପାରି ତାଙ୍କୁ ଯୋଗିନୀ ଏକାଦଶୀ ଉପବାସ କରିବା ପାଇଁ ଆଦେଶ ଦେଇଥିଲେ। ଋଷି କଥା ଅନୁଯାୟୀ ମାଳି ଏହି ବ୍ରତ ପାଳନ କରିବା ପରେ ଦିବ୍ୟ ଶରୀର ଧାରଣ କରି ସ୍ବର୍ଗ ଲୋକ ଚାଲି ଯାଇଥିଲେ।
ଖଳି ଲାଗି ଏକାଦଶୀ ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀକୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଏ। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟ ରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୋଇଥାଏ।
ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗେ। ଗହମ ଗୁଣ୍ଡକୁ ଶୁକ୍ଳ ବସ୍ତ୍ରରେ ଛଣାଯାଇ ଖଳି ପ୍ରସ୍ତୁତ ହୋଇଥାଏ। ସେହିପରି ଶଙ୍ଖ କୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରାଯାଏ। ଯାହାକୁ ଶ୍ରୀମନ୍ଦିର ଭାଷାରେ ଖାଳିଲାଗି କୁହାଯାଏ।
ଶ୍ରୀଜୀଉଙ୍କ ଦଶମୂଳ ପ୍ରସ୍ତୁତି ଓ ଚକା ବିଜେ ନୀତି ଅନୁଷ୍ଠିତ
Next Articleରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
