ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଜିଠୁ ଭାରତ-ଜିମ୍ବାଓ୍ବେ ଟି୨୦ ସିରିଜ୍, ଯୁବ ଓ ନବାଗତ ଖେଳାଳିଙ୍କ ପାଇଁ ସୁଯୋଗ

ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭାରତର ଟି-୨୦ ବିଶ୍ଵକପ୍ ବିଜୟ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏହି ଫର୍ମାଟରୁ ଅବସର ନେଇସାରିଛନ୍ତି। ତେଣୁ ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଏହି ସିରିଜରେ ଖେଳିବ। ବିଶ୍ବକପ୍ ଦଳରେ ରିଜର୍ଭ ଖେଳାଳିଥିବା ଶୁବମନ ଗିଲ୍ ଆଗାମୀ ସିରିଜ ପାଇଁ ଭାରତୀୟ ଦଳର ନେତୃତ୍ଵ ନେବେ।‌ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ [...]

Admin•ଜୁଲାଇ 6, 2024
Share Article:

ହରାରେ: ଭାରତ ଓ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭାରତର ଟି-୨୦ ବିଶ୍ଵକପ୍ ବିଜୟ ପରେ ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏହି ଫର୍ମାଟରୁ ଅବସର ନେଇସାରିଛନ୍ତି। ତେଣୁ ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଏହି ସିରିଜରେ ଖେଳିବ। ବିଶ୍ବକପ୍ ଦଳରେ ରିଜର୍ଭ ଖେଳାଳିଥିବା ଶୁବମନ ଗିଲ୍ ଆଗାମୀ ସିରିଜ ପାଇଁ ଭାରତୀୟ ଦଳର ନେତୃତ୍ଵ ନେବେ।‌ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଭଲ ପ୍ରଦର୍ଶନ କରିଥିବା ଅନେକ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ତେଣୁ ଜିମ୍ବାୱେ ବିପକ୍ଷ ସିରିଜରେ ଏକାଧିକ ଖେଳାଳି ଅନ୍ତର୍ଜାତୀୟ ଡେବ୍ୟୁ କରିବା ନିଶ୍ଚିତ ହୋଇଛି। ଡେବ୍ୟୁ ତାଲିକାର ଶୀର୍ଷରେ ଥ‌ିବା ଦୁଇ ଯୁବ ଖେଳାଳି ଅଭିଷେକ ଶର୍ମା ଓ ରିୟାନ ପରାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି | ପଞ୍ଜାବର ଅଭିଷେକ ସନ୍‌ଇଜର୍ସ ହାଇଦ୍ରାବାଦ ପକ୍ଷରୁ ଏଥର ଚମତ୍କାର ପ୍ରଦର୍ଶନ କରିଥିଲେ। ସେହିପରି ଆସାମର ପରାଗ ରାଜସ୍ଥାନ ରୟାଲ୍ସ ଦଳରେ ପ୍ରଦର୍ଶନର ଛାପ ଛାଡ଼ିଥିଲେ। ବିଶ୍ବକପ୍ ବିଜୟ ପରେ ରୋହିତ ଓ କୋହଲି ଟି-୨୦ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା ବେଳେ ଭାରତୀୟ ଦଳରେ ନିଜ ସ୍ଥାନ ସୁଦୃଢ଼ କରିବା ପାଇଁ ଜିମ୍ବାୱେ ବିପକ୍ଷ ସିରିଜ ଏକ ସୁଯୋଗ ।

#Odia#Odisha#News
Share Article:

Related Articles