ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶରଧାବାଲିରେ ତିନି ରଥର ଦକ୍ଷିଣୀ ମୋଡ଼ ପାଇଁ ଆଜ୍ଞାମାଳ ବିଜେ

ଗୁଣ୍ଡିଚା ମନ୍ଦିର ସମ୍ମୁଖ ସିଂହଦ୍ଵାର ରୁ ରଥ ତ୍ରୟ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିବ। ଗତକାଲି ଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହୋଇଥିଲା। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିଥିଲ। ଏହାପରେ ବଡ଼ଭାଇ ବଳଭଦ୍ର ଙ୍କ ରଥ ର ଦକ୍ଷିଣୀ ମୋଡ଼ ହୋଇଥିଲା ।ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ [...]

Admin•ଜୁଲାଇ 13, 2024
Share Article:

ଗୁଣ୍ଡିଚା ମନ୍ଦିର ସମ୍ମୁଖ ସିଂହଦ୍ଵାର ରୁ ରଥ ତ୍ରୟ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିବ। ଗତକାଲି ଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହୋଇଥିଲା। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିଥିଲ। ଏହାପରେ ବଡ଼ଭାଇ ବଳଭଦ୍ର ଙ୍କ ରଥ ର ଦକ୍ଷିଣୀ ମୋଡ଼ ହୋଇଥିଲା ।ପର୍ଯ୍ୟାୟ କ୍ରମେ ନନ୍ଦିଘୋଷ ରଥକୁ ଦକ୍ଷିଣୀ ମୋଡ଼ କରାଯିବ। ଆଗାମୀ ୧୫ ତାରିଖ ବାହୁଡା ଦଶମୀ ଦିନ ଶ୍ରୀଜୀଉ ଏହି ରଥରେ ସୁନ୍ଦରାଚଳ ରୁ ନିଳାଚଳ କୁ ଯାତ୍ରା କରିବେ। ମହାପ୍ରଭୁଙ୍କ ଏହି ଯାତ୍ରା କୁ ବାହୁଡା ଯାତ୍ରା ବା ଦକ୍ଷିଣାୟନ ଯାତ୍ରା କୁହାଯାଇଥାଏ।

#Odia#Odisha#News
Share Article:

Related Articles