ଭାରତୀୟ ଦଳର ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିକରି ହତ୍ୟା
କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଚଳିତ ମାସ ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦ୍ୱିପାକ୍ଷିକ ସିରିଜ ପୂର୍ବରୁ ଶ୍ରୀଲଙ୍କାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତା ବଢ଼ାଇଛି। ଶ୍ରୀଲଙ୍କାର ପୂର୍ବତନ ଅଣ୍ଡର-୧୯ ଅଧିନାୟକ ଧାମିକା ନିରୋଶନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪୧ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ନିରୋଶାନ ତାଙ୍କ [...]
କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଚଳିତ ମାସ ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦ୍ୱିପାକ୍ଷିକ ସିରିଜ ପୂର୍ବରୁ ଶ୍ରୀଲଙ୍କାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତା ବଢ଼ାଇଛି। ଶ୍ରୀଲଙ୍କାର ପୂର୍ବତନ ଅଣ୍ଡର-୧୯ ଅଧିନାୟକ ଧାମିକା ନିରୋଶନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪୧ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ନିରୋଶାନ ତାଙ୍କ ପରିବାର ସହିତ ଗଲ୍ ର ଅମ୍ବାଲାଙ୍ଗୋଡା ସହରରେ ରହୁଥିଲେ। ମଙ୍ଗଳବାର ରାତିରେ ନିରୋଶାନଙ୍କୁ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ଆଗରେ ଗୁଳି କରି ହତ୍ୟା କରିଥିଲେ ଅଜଣା ଆତତାୟୀ ।
ଅଣ୍ଡର -୧୯ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଧାମିକା ନିରୋଶନଙ୍କୁ କିନ୍ତୁ ଶ୍ରୀଲଙ୍କା ଜାତୀୟ ଦଳରେ କେବେ ସୁଯୋଗ ପାଇନଥିଲେ । ସେ ୨୦୦୨ ରୁ ୨୦୦୪ ମଧ୍ୟରେ ଗଲ୍ କ୍ରିକେଟ୍ କ୍ଲବ ପାଇଁ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୮ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ | ତାଙ୍କର ଏହି ଛୋଟ କ୍ୟାରିୟରରେ ନିରୋଶନ୍ ୨୪ ୱିକେଟ୍ ନେଇଥିବା ବେଳେ ୩୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ନିରୋଶାନ ୨୦୦୦ ମସିହାରେ ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍ ପକ୍ଷରୁ ଡେବ୍ୟୁ କରିଥିଲେ | ଦୁଇ ବର୍ଷ ପରେ ତାଙ୍କୁ ଜୁନିୟର ଦଳର ଅଧିନାୟକ ମଧ୍ୟ କରାଯାଇଥିଲା। ତେବେ ସେ ଶୀଘ୍ର ଅର୍ଥାତ୍ ୨୦୦୪ରେ କ୍ରିକେଟରୁ ଅବସର ନେଇଥିଲେ।
ଭାରତୀୟ ଟି-୨୦ ଦଳର ଅଧିନାୟକ ଦୌଡ଼ରେ ସୂର୍ଯ୍ୟକୁମାର
Next ArticleHealthcare Services Affected at SCB as House Surgeons Go on Strike
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
