ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନବୀନ ବାବୁଙ୍କ ଗିରଫ ଦାବିକୁ ବିଜେଡି ବିଧାୟକଙ୍କ କଡା ସମାଲୋଚନା

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରି ସମାଲୋଚନାର ଶିକାର ହୋଇଛନ୍ତି ସଂସଦୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଗତକାଲି ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କକ୍ଷ ତ୍ୟାଗ କରିଥିଲେ ନବୀନଙ୍କ ସମେତ ସମସ୍ତ ବିଜେଡି ବିଧାୟକ। ଏହାକୁ ସମାଲୋଚନା କରି ମୁକେଶ ଆଜି ନବୀନ ବାବୁଙ୍କ ଗିରଫ ଦାବି କରିଛନ୍ତି। ବିରୋଧୀ ଦଳ ନେତା ଗୃହର କାର୍ଯ୍ୟରେ ତଥା ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବାଧା ସୃଷ୍ଟି କରି ଅଗଣତାନ୍ତ୍ରିକ [...]

Admin•ଜୁଲାଇ 23, 2024
Share Article:

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗିରଫ ଦାବି କରି ସମାଲୋଚନାର ଶିକାର ହୋଇଛନ୍ତି ସଂସଦୀୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଗତକାଲି ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କକ୍ଷ ତ୍ୟାଗ କରିଥିଲେ ନବୀନଙ୍କ ସମେତ ସମସ୍ତ ବିଜେଡି ବିଧାୟକ। ଏହାକୁ ସମାଲୋଚନା କରି ମୁକେଶ ଆଜି ନବୀନ ବାବୁଙ୍କ ଗିରଫ ଦାବି କରିଛନ୍ତି। ବିରୋଧୀ ଦଳ ନେତା ଗୃହର କାର୍ଯ୍ୟରେ ତଥା ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବାଧା ସୃଷ୍ଟି କରି ଅଗଣତାନ୍ତ୍ରିକ କାମ କରିଛନ୍ତି। ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି ମୁକେଶ ଦାବି କରିଥିଲେ। ଆଉ ଉଚ୍ଚ ଶିକ୍ଷାମନ୍ତ୍ରୀ ମଧ୍ଯ ମୁକେଶଙ୍କ ଦାବିକୁ ସମର୍ଥନ କରିଥିଲେ।

ହେଲେ ବିଜେଡି ଏହାକୁ କଡା ଭାଷାରେ ସମାଲୋଚନା କରିଛି। ବରିଷ୍ଠ ନେତା ଅରୁଣ ସାହୁ ଉଭୟ ମନ୍ତ୍ରୀଙ୍କ ଏହା ଅନଭିଜ୍ଞତାର ପରିଚୟ ତଥା ହାସାସ୍ପଦ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏଭଳି ଅପରିପକ୍ବ ବୟାନ ହିଁ ଦୁର୍ଭାଗ୍ୟପୂର୍ଣ୍ଣ। ବିଧାନସଭା ଇତିହାସରେ କାହାରିକୁ ଗିରଫ କରାଯିବା କଥା ମୁଁ ଜାଣିନି ବୋଲି ସେ କହିଛନ୍ତି। ଏଭଳି ହାସାସ୍ପଦ ବିବୃତି ଠାରୁ ବିଜେପି ନେତା ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଆଳି ବିଧାୟକ ପ୍ରତାପ ଦେବ ମଧ୍ଯ ମୁକେଶ ଓ ସୂର୍ଯ୍ୟବଂଶୀଙ୍କୁ କଡା ସମାଲୋଚନା କରିଛନ୍ତି।

#Odia#Odisha#News
Share Article:

Related Articles