ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, କୁସ୍ତିରେ ଅମନ ସେରାୱତ ଜିତିଲେ ବ୍ରୋଞ୍ଜ

ପ୍ୟାରିସ୍: ଯୁବ ରେସଲର ଅମନ ସେରାଓ୍ବତ ପ୍ୟାରିସ୍ ଅଲିମ୍ପିକ୍ସ କୁସ୍ତି ଇଭେଣ୍ଟରେ ଭାରତକୁ ଦେଇଛନ୍ତି ପ୍ରଥମ ପଦକ। ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ଅମନ ଜିତିଛନ୍ତି ବ୍ରୋଞ୍ଜ ପଦକ। ନିଜ ପଦାର୍ପଣ ଅଲିମ୍ପିକ୍ସରେ ଅମନ ସେରାଓ୍ବତ ଶୁକ୍ରବାର ବ୍ରୋଞ୍ଜ ପଦକ ମ୍ୟାଚରେ ପୁଏର୍ତୋ ରିକୋର ଡାରିଆନ୍ ଟୋଇ କ୍ରୁଜଙ୍କୁ ୧୩-୫ ପଏଣ୍ଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ଅଲିମ୍ପିକ ପଦକ ଜିତିବାରେ ୨୧ ବର୍ଷୀୟ ଅମନ ହେଉଛନ୍ତି ଭାରତର ସର୍ବକନିଷ୍ଠ କ୍ରୀଡାବିତ୍ । ପ୍ୟାରିସ୍ [...]

Admin•ଅଗଷ୍ଟ 10, 2024
Share Article:

ପ୍ୟାରିସ୍: ଯୁବ ରେସଲର ଅମନ ସେରାଓ୍ବତ ପ୍ୟାରିସ୍ ଅଲିମ୍ପିକ୍ସ କୁସ୍ତି ଇଭେଣ୍ଟରେ ଭାରତକୁ ଦେଇଛନ୍ତି ପ୍ରଥମ ପଦକ। ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ଅମନ ଜିତିଛନ୍ତି ବ୍ରୋଞ୍ଜ ପଦକ। ନିଜ ପଦାର୍ପଣ ଅଲିମ୍ପିକ୍ସରେ ଅମନ ସେରାଓ୍ବତ ଶୁକ୍ରବାର ବ୍ରୋଞ୍ଜ ପଦକ ମ୍ୟାଚରେ ପୁଏର୍ତୋ ରିକୋର ଡାରିଆନ୍ ଟୋଇ କ୍ରୁଜଙ୍କୁ ୧୩-୫ ପଏଣ୍ଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ଅଲିମ୍ପିକ ପଦକ ଜିତିବାରେ ୨୧ ବର୍ଷୀୟ ଅମନ ହେଉଛନ୍ତି ଭାରତର ସର୍ବକନିଷ୍ଠ କ୍ରୀଡାବିତ୍ ।

ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ଷଷ୍ଠ ପଦକ | ଏହାପୂର୍ବରୁ ସୁଟିଂରେ ମନୁ ଭାକର (୧୦ ମିଟର ଏୟାର ପିସ୍ତଲ), ମନୁ ଭାକର ଏବଂ ସରବଜୋତ ସିଂ (୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟ), ସ୍ବପ୍ନିଳ କୁସାଲେ (୫୦ ମିଟର ରାଇଫଲ ଥ୍ରୀ ପୋଜିସନ) ଏବଂ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ।

#Odia#Odisha#News
Share Article:

Related Articles