ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଓଡ଼ିଶାର ମନ୍ନତା ମିଶ୍ର

ଭୁବନେଶ୍ୱର- ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ଓଡିଶାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମନ୍ନତା । ସେ ଗ୍ରୁପ ୧ ବାଳିକା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ଓଡିଶା ଆଇଆଇଏସ ସନ୍ତରଣ ଏଚପିସିରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ବାଳିକା ଗ୍ରୁପ ୧ର ୨୦୦ [...]

Admin•ଅଗଷ୍ଟ 11, 2024
Share Article:

ଭୁବନେଶ୍ୱର- ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ଓଡିଶାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମନ୍ନତା । ସେ ଗ୍ରୁପ ୧ ବାଳିକା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ଓଡିଶା ଆଇଆଇଏସ ସନ୍ତରଣ ଏଚପିସିରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ବାଳିକା ଗ୍ରୁପ ୧ର ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅଗଷ୍ଟ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି।

#Odia#Odisha#News
Share Article:

Related Articles