ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ପଞ୍ଚାୟତ ସିନ୍ଦୁରପୁର ଗାଁରେ ରବିବାର ଅପରାହ୍ନରେ ଅଘଟଣ ଘଟିଛି। ଗ୍ରାମର ମନ୍ଦିର ପୋଖରୀରେ ବୁଡ଼ି ଦୁଇ ନାବାଳିକା ତୁଳସୀ ଡାକୁଆ ଓ ଶାଳିନୀ ନାୟକଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ଗାଁର ତିନି ଜଣ ନାବାଳିକା ସିନ୍ଦୁରପୁର ଗାଁ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ଜଣେ ଘରକୁ ଫେରି ଆସିଥିଲା। ମାତ୍ର ତୁଳସୀ ଓ ଶାଳିନୀ ଘରକୁ ନ ଆସିବାରୁ ପରିବାର ଲୋକ ଗାଁ ପୋଖରୀକୁ [...]

Admin•ଅଗଷ୍ଟ 18, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପଟିଗୁଡା ପଞ୍ଚାୟତ ସିନ୍ଦୁରପୁର ଗାଁରେ ରବିବାର ଅପରାହ୍ନରେ ଅଘଟଣ ଘଟିଛି। ଗ୍ରାମର ମନ୍ଦିର ପୋଖରୀରେ ବୁଡ଼ି ଦୁଇ ନାବାଳିକା ତୁଳସୀ ଡାକୁଆ ଓ ଶାଳିନୀ ନାୟକଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ଗାଁର ତିନି ଜଣ ନାବାଳିକା ସିନ୍ଦୁରପୁର ଗାଁ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ଜଣେ ଘରକୁ ଫେରି ଆସିଥିଲା। ମାତ୍ର ତୁଳସୀ ଓ ଶାଳିନୀ ଘରକୁ ନ ଆସିବାରୁ ପରିବାର ଲୋକ ଗାଁ ପୋଖରୀକୁ ଯାଇ ଖୋଜିଥିଲେ। ଦୁହିଁଙ୍କ ପୋଷାକ ପୋଖରୀ ତୁଠରେ ରହିଥିବା ଦେଖି ଗାଁ ଲୋକ ପାଣିରେ ଖୋଜିଥିଲେ। ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ପୋଖରୀ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

#Odia#Odisha#News
Share Article:

Related Articles