ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦର ତାଣ୍ଡବ: ୧୫ରୁ ଅଧିକ ଗୁରୁତର ଅସୁସ୍ଥ

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶକୁ ଲାଗିଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ନିର୍ବାଚନ ମଣ୍ଡଳୀର ଚିକିଟି ଅଞ୍ଚଳରେ ବିଷାକ୍ତ ମଦ୍ୟପାନର ତାଣ୍ଡବ ଦେଖାଦେଇଛି। ମାଉନ୍ଦପୁର ଗ୍ରାମରେ ବିଷାକ୍ତ ଓ ଭେଜାଲ ମଦ ପିଇ ୧୫ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି। ଅସୁସ୍ଥ ବ୍ୟକ୍ତିମାନେ ନିକଟସ୍ଥ କରବାଲୁଆ ଓ ଜେନାପୁର ଅଞ୍ଚଳର ବୋଲି ଜଣାପଡିଛି। ସୋମବାର ଅପରାହ୍ନରେ ଏମାନେ ମାଉନ୍ଦପୁର ଗାଁର ଏକ ଦୋକାନରୁ ମଦ କିଣି ପିଇବା ପରେ ସନ୍ଧ୍ୟାରୁ [...]

Admin•ଅଗଷ୍ଟ 20, 2024
Share Article:

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶକୁ ଲାଗିଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ନିର୍ବାଚନ ମଣ୍ଡଳୀର ଚିକିଟି ଅଞ୍ଚଳରେ ବିଷାକ୍ତ ମଦ୍ୟପାନର ତାଣ୍ଡବ ଦେଖାଦେଇଛି। ମାଉନ୍ଦପୁର ଗ୍ରାମରେ ବିଷାକ୍ତ ଓ ଭେଜାଲ ମଦ ପିଇ ୧୫ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉଛି। ଅସୁସ୍ଥ ବ୍ୟକ୍ତିମାନେ ନିକଟସ୍ଥ କରବାଲୁଆ ଓ ଜେନାପୁର ଅଞ୍ଚଳର ବୋଲି ଜଣାପଡିଛି। ସୋମବାର ଅପରାହ୍ନରେ ଏମାନେ ମାଉନ୍ଦପୁର ଗାଁର ଏକ ଦୋକାନରୁ ମଦ କିଣି ପିଇବା ପରେ ସନ୍ଧ୍ୟାରୁ ଆରମ୍ଭ କରି ଜଣକ ପରେ ଜଣେ ଅସୁସ୍ଥ ହେବାରେ ଲାଗିଥିଲେ। ଶରୀର ଥରିବା, ଝାଡ଼ାବାନ୍ତି ହେବା ଆଦି ଲକ୍ଷଣରୁ ଏମାନେ ବିଷାକ୍ତ ମଦ୍ୟପାନ କରି ଏଭଳି ଅସୁସ୍ଥତାର ଶିକାର ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି। ସେପଟେ ଅବକାରୀ ବିଭାଗକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଅବକାରୀ ଅଧିକାରୀ ଗାଁରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

#Odia#Odisha#News
Share Article:

Related Articles