ହିଞ୍ଜିଳି ଦୁର୍ଘଟଣାରେ ୫ ମୃତ: ଏମକେସିଜିରେ ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, କମିଶନର୍
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫ ହୋଇଛି। ଏଥିରେ ଜଣେ ବସ୍ ଯାତ୍ରୀ, ତିନି ଜଣ ସ୍ଥାନୀୟ ବାସିନ୍ଦା, ଜଣେ ଟ୍ରକ୍ ହେଲପର୍ ରହିଛନ୍ତି। ଟ୍ରକଟି ରାସ୍ତାକଡ଼ରେ ପାର୍କିଂ କରିଥିଲା। ଡ୍ରାଇଭର୍ ଚାହା ପିଇବାକୁ ଯାଇଥିଲା ବେଳେ ହେଲପର୍ ଗାଡ଼ି ପଛପଟେ ସଜାଡୁ ଥିଲା ବେଳେ ଆସିକା ପଟକୁ ଯାଉଥିବା ଟ୍ୟାଙ୍କର୍ ପ୍ରଥମେ ତାକୁ ଧକ୍କା ଦେଇଥିଲା। ସେଠାରେ ହିଁ ହେଲପରଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଜୀବନ ଚାଲି [...]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫ ହୋଇଛି। ଏଥିରେ ଜଣେ ବସ୍ ଯାତ୍ରୀ, ତିନି ଜଣ ସ୍ଥାନୀୟ ବାସିନ୍ଦା, ଜଣେ ଟ୍ରକ୍ ହେଲପର୍ ରହିଛନ୍ତି। ଟ୍ରକଟି ରାସ୍ତାକଡ଼ରେ ପାର୍କିଂ କରିଥିଲା। ଡ୍ରାଇଭର୍ ଚାହା ପିଇବାକୁ ଯାଇଥିଲା ବେଳେ ହେଲପର୍ ଗାଡ଼ି ପଛପଟେ ସଜାଡୁ ଥିଲା ବେଳେ ଆସିକା ପଟକୁ ଯାଉଥିବା ଟ୍ୟାଙ୍କର୍ ପ୍ରଥମେ ତାକୁ ଧକ୍କା ଦେଇଥିଲା। ସେଠାରେ ହିଁ ହେଲପରଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଜୀବନ ଚାଲି ଯାଇଥିଲା। ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍ ଅଟକି ଥିବା ବେଳେ ଯାତ୍ରୀବାହୀ ବସ୍ ଆସି ଧକ୍କା ଦେବା ସହ ରାସ୍ତାକଡ ଚାହା ଦୋକାନ ଉପରେ ଓଲଟି ପଡିଥିଲା। ଏଥିରେ ବୁଲାବୁଲି କରି ବିକ୍ରି କରୁଥିବା ଜଣେ ପରିବା ବ୍ୟବସାୟୀ ଓ ଜଣେ ଫଳ ବ୍ୟବସାୟୀ (ଦୁହେଁ ସମ୍ପର୍କୀୟ) ସମେତ ସୋରଡ଼ାରୁ ଆସିଥିବା ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଓଲଟି ପଡିଥିବା ବସର ଜଣେ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିଲା ବେଳେ ଚାହା ଦୋକାନୀ ସମେତ ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇଥିଲେ।
ସେପଟେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ କମିଶନର୍ ଅମିତାଭ ଠାକୁର। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଭାରପ୍ରାପ୍ତ ଏସପି (ଡିଆଇଜି) ଡ଼ା. ସାର୍ଥକ ଷଡ଼ଙ୍ଗୀ, ଗଞ୍ଜାମ ଏସପି ଜଗମୋହନ ମୀନା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆହତଙ୍କୁ ଉପଯୁକ୍ତ ଓ ମାଗଣା ଚିିିକିତ୍ସା ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ। ଏଥିସହ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ। ଘଟଣାର ବିସ୍ତୃତ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଓ କମିଶନର୍।
LoP Naveen Urges State Govt to Take Strong Steps to Prevent Hooch Tragedy like Incident
Next Articleଚିକିଟି ମଦ ମୃତ୍ୟୁ: ବଦଳିଲେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ, ୨ ନିଲମ୍ବିତ, ଅନୁଧ୍ୟାନ କଲା ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
