ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

୧୨୦କିଲୋ ଗଞ୍ଜେଇ ଜବତ: ୩ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ୧୨୦ କିଲୋ ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ୟୁନିଟ୍। ଏସବୁ ଗୋଟିଏ କାରରେ ଚାଲାଣ ହେଉଥିବା ବେଳେ ଏକ ବାଇକ୍ ଉକ୍ତ ଗାଡିକୁ ଏସକର୍ଟ କରି ନେଉଥିଲା। ତେବେ ଆଗୁଆ ସୂଚନା ପାଇ ଅବକାରୀ ଗୁଇନ୍ଦା ୟୁନିଟ୍ ରାସ୍ତାରେ ଛକି ରହିଥିଲା। ବାଇକ୍ ଓ କାର୍ ଆଗପଛ ହୋଇ ଆସିବା ବେଳେ ଅବକାରୀ ଷ୍ଟାଫ୍ ତାହାକୁ କାବୁ କରି ନେଇଥିଲେ। ଯାଞ୍ଚ [...]

Admin•ଅଗଷ୍ଟ 24, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ୧୨୦ କିଲୋ ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ୟୁନିଟ୍। ଏସବୁ ଗୋଟିଏ କାରରେ ଚାଲାଣ ହେଉଥିବା ବେଳେ ଏକ ବାଇକ୍ ଉକ୍ତ ଗାଡିକୁ ଏସକର୍ଟ କରି ନେଉଥିଲା। ତେବେ ଆଗୁଆ ସୂଚନା ପାଇ ଅବକାରୀ ଗୁଇନ୍ଦା ୟୁନିଟ୍ ରାସ୍ତାରେ ଛକି ରହିଥିଲା। ବାଇକ୍ ଓ କାର୍ ଆଗପଛ ହୋଇ ଆସିବା ବେଳେ ଅବକାରୀ ଷ୍ଟାଫ୍ ତାହାକୁ କାବୁ କରି ନେଇଥିଲେ। ଯାଞ୍ଚ ବେଳେ କାରରୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗକ୍ରମେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

#Odia#Odisha#News
Share Article:

Related Articles