ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିବାଦୀୟ ଛତ୍ରପୁର ବିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଛତ୍ରପୁର: ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର। ଆଜି ସକାଳେ ତାଙ୍କ ବାସଭବନ ସମେତ ଛତ୍ରପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହର ରାମକୃଷ୍ଣନଗର ୭ମ ଗଳିରେ ଥିବା ଘର, ପୋଲସରାସ୍ଥିତ ବାସଭବନରେ ଖାନତଲାସ କରାଯାଉଛି। ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଏକକାଳୀନ ଏସବୁ ସ୍ଥାନରେ ଚଢଉ କରାଯାଇଛି। ଏଥିସହ କିଛି ସମ୍ପର୍କୀୟ ତଥା ଚିହ୍ନା ପରିଚିତ ଲୋକଙ୍କ ଘରେ ପହଞ୍ଚି ଭିଜିଲାନ୍ସ ଟିମ୍ [...]

Admin•ଅଗଷ୍ଟ 31, 2024
Share Article:

ଛତ୍ରପୁର: ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର। ଆଜି ସକାଳେ ତାଙ୍କ ବାସଭବନ ସମେତ ଛତ୍ରପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହର ରାମକୃଷ୍ଣନଗର ୭ମ ଗଳିରେ ଥିବା ଘର, ପୋଲସରାସ୍ଥିତ ବାସଭବନରେ ଖାନତଲାସ କରାଯାଉଛି। ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଏକକାଳୀନ ଏସବୁ ସ୍ଥାନରେ ଚଢଉ କରାଯାଇଛି। ଏଥିସହ କିଛି ସମ୍ପର୍କୀୟ ତଥା ଚିହ୍ନା ପରିଚିତ ଲୋକଙ୍କ ଘରେ ପହଞ୍ଚି ଭିଜିଲାନ୍ସ ଟିମ୍ ପଚରାଉଚୁରା କରୁଥିବା ଜଣାପଡ଼ିଛି। ଶିକ୍ଷକଙ୍କ ଜାଲ ପ୍ରମାଣପତ୍ର ଭଳି କେତେକ କାର୍ଯ୍ୟ ନେଇ ସେ କିଛି ଦିନ ହେବ ବିବାଦ ଘେରରେ ଥିଲେ ବୋଲି ଜଣାପଡିଛି।

#Odia#Odisha#News
Share Article:

Related Articles