ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଘର କାନ୍ଥ ତଳେ ଚାପି ହୋଇ ଶିଶୁର ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜନିତ ଅଘଟଣ। ଦୁଇ ଦିନ ହେବ ବର୍ଷା ଲାଗି ରହିବା ପରେ ଘରର କାନ୍ଥ ଭୁଶୁଡ଼ି ୨ ବର୍ଷ ବୟସ୍କ ଶିଶୁ ପୁତ୍ର ଋଷି ପ୍ରଧାନର ମୃତ୍ୟୁ ଘଟିଛି। ଭଞ୍ଜନଗର ଥାନା ତଥା ଏହି ବ୍ଲକ୍ ଅନ୍ତର୍ଗତ ବାଇବାଲି ତୋଟା ସାହିରେ ଏଭଳି ଅଭାବନୀୟ ଘଟଣା ଆଜି ଭୋର ୪ଟାରେ ଘଟିଛି। ବର୍ଷା ପାଣିରେ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଶୁଡି ପଡ଼ିଥିଲା ଓ ଋଷି ସମେତ ବାପା ମାଆ ତାହା [...]

Admin•ସେପ୍ଟେମ୍ବର 1, 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜନିତ ଅଘଟଣ। ଦୁଇ ଦିନ ହେବ ବର୍ଷା ଲାଗି ରହିବା ପରେ ଘରର କାନ୍ଥ ଭୁଶୁଡ଼ି ୨ ବର୍ଷ ବୟସ୍କ ଶିଶୁ ପୁତ୍ର ଋଷି ପ୍ରଧାନର ମୃତ୍ୟୁ ଘଟିଛି। ଭଞ୍ଜନଗର ଥାନା ତଥା ଏହି ବ୍ଲକ୍ ଅନ୍ତର୍ଗତ ବାଇବାଲି ତୋଟା ସାହିରେ ଏଭଳି ଅଭାବନୀୟ ଘଟଣା ଆଜି ଭୋର ୪ଟାରେ ଘଟିଛି। ବର୍ଷା ପାଣିରେ ଦୁର୍ବଳ ହୋଇପଡ଼ିଥିବା କାନ୍ଥ ଭୁଶୁଡି ପଡ଼ିଥିଲା ଓ ଋଷି ସମେତ ବାପା ମାଆ ତାହା ତଳେ ଚାପି ହୋଇଯାଇଥିଲେ। ଭଗ୍ନାବଶେଷ କାଢ଼ି ଋଷିକୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଥିବାରୁ ବାପା ମାଆଙ୍କୁ ମଧ୍ୟ ସେହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

#Odia#Odisha#News
Share Article:

Related Articles