ଦୁଇ ଦିନିଆ ରାଜ୍ୟସ୍ତରୀୟ କୃଷକ ଉତ୍ପାଦକ ସଂଘର ପ୍ରଶିକ୍ଷଣ ଶେଷ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅନ୍ତର୍ଜାତୀୟ ଖାଦ୍ୟନୀତି ଅନୁସନ୍ଧାନ ପ୍ରତିଷ୍ଠାନ (IFPRI) ଓ CGIAR ଦ୍ଵାରା ପ୍ରଣିତ ଜାତୀୟ ନୀତି ଏବଂ ରଣନୀତି (NPS)ର ସହଯୋଗରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି l ଏହି ତାଲିମରେ ଏସଆଇଟିଇ ଭୁବନେଶ୍ବର ଓ କୃଷକ ଉତ୍ପାଦକ ସଂଘ (FPO)ର ସଦସ୍ୟବୃନ୍ଦ ପ୍ରଶିକ୍ଷିତ ହୋଇଥିଲେ l କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ମୁକାବିଲା କରିବାରେ କୃଷକ ଉତ୍ପାଦକ ସଂଘ (FPO)ର [...]
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅନ୍ତର୍ଜାତୀୟ ଖାଦ୍ୟନୀତି ଅନୁସନ୍ଧାନ ପ୍ରତିଷ୍ଠାନ (IFPRI) ଓ CGIAR ଦ୍ଵାରା ପ୍ରଣିତ ଜାତୀୟ ନୀତି ଏବଂ ରଣନୀତି (NPS)ର ସହଯୋଗରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି l ଏହି ତାଲିମରେ ଏସଆଇଟିଇ ଭୁବନେଶ୍ବର ଓ କୃଷକ ଉତ୍ପାଦକ ସଂଘ (FPO)ର ସଦସ୍ୟବୃନ୍ଦ ପ୍ରଶିକ୍ଷିତ ହୋଇଥିଲେ l
କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ବାନର ମୁକାବିଲା କରିବାରେ କୃଷକ ଉତ୍ପାଦକ ସଂଘ (FPO)ର ଅବଦାନ ଗୁରୁତ୍ବପୂର୍ଣ୍ଣ l କୃଷକଙ୍କ ଜୀବିକା ନିର୍ବାହରେ ଉନ୍ନତି ଆଣିବା, ବଜାର ସୁବିଧାକୁ ସୁଗମ କରିବା ଏବଂ ନୂତନତ୍ଵ ଆଣିବାରେ କୃଷକ ଉତ୍ପାଦକ ସଂଘ ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l ଏହି ପ୍ରଶିକ୍ଷଣ କୃଷକ ଉତ୍ପାଦକ ସଂଘ ଗୁଡିକର ଦୀର୍ଘମିଆଦି କାର୍ଯ୍ୟକୁ ପ୍ରୋତ୍ସାହିତ କରିବ l
ଏହି ପ୍ରଶିକ୍ଷଣ ୧୨ ଡିସେମ୍ବରରୁ ତିନୋଟି ବ୍ୟାଚରେ ଆରମ୍ଭ ହୋଇଥିଲା l ପ୍ରଥମ ବ୍ୟାଚ ଡିସେମ୍ବର ୧୨ ରୁ ୧୩, ଦ୍ଵିତୀୟ ବ୍ୟାଚ ୧୪ ରୁ ୧୫ ଏବଂ ତୃତୀୟ ବ୍ୟାଚ ୨୨ ରୁ ୨୩ ରେ କରାଯାଇଥିଲା, ଯେଉଁଥିରେ ୩୦ ଗୋଟି ଜିଲ୍ଲାରୁ ୧୨୦ରୁ ଅଧିକ ଅଂଶଗ୍ରହଣ କରିଥିଲେ l ପ୍ରତ୍ୟେକ ବ୍ୟାଚରେ ୪୦ ପ୍ରତିଶତ ମହିଳା ଅଂଶଗ୍ରହଣକାରୀ ଥିଲେ l ଆଇଏଫପିଆରଆଈ ପକ୍ଷରୁ ଡ଼ ଦେବେଶ ରାୟ, ଡ଼ ମମତା ପ୍ରଧାନ, ସୁନିଲ ସରୋଜ, ଅମିତ ବର୍ମା, ଦେବେନ୍ଦ୍ର କୁମାର ଓ ବନ୍ଦନା ବିଧାନୀ ପ୍ରମୁଖ ପ୍ରଶିକ୍ଷଣରେ ସହାୟତା କରିଥିଲେ l
ସାଙ୍ଗଠନିକ ବ୍ୟବସ୍ଥା, ମାର୍କେଟିଂ ଚାନେଲ, ବ୍ରାଣ୍ଡିଂ, ସାର୍ଟିଫିକେଟ ପ୍ରଦାନଏବଂ ଆର୍ଥିକ ପରିଚାଳନା ଭଳି ବିଷୟରେ ରହିଥିବା ଚ୍ୟାଲେଞ୍ଜଗୁଡିକୁ ପ୍ରତିହତ କରି ଏଫପିଓକୁ ସଶକ୍ତ କରିବା ଏହି ପ୍ରଶିକ୍ଷଣର ଲକ୍ଷ୍ୟ ରହିଛି l ଆଇଏଫପିଆରଆଇ ର ବରିଷ୍ଠ ଗବେଷକ ଡ଼ ଦେବେଶ ରାୟ କହିଥିଲେ ଯେ, ଓଡ଼ିଶା କୃଷକ ଉତ୍ପାଦକ ସଂଘ ଗୁଡ଼ିକ ଏସିଆନ ଦେଶର କାର୍ଯ୍ୟାବଳୀରୁ ପ୍ରେରଣା ପାଇବା ଉଚିତ ଏବଂ ଔଦୋଗିକ ସଂସ୍ଥାଙ୍କ ଭଳି କାର୍ଯ୍ୟକରିବା ଆବଶ୍ୟକ l ପ୍ରତ୍ଯେକ ସଦସ୍ୟଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କୁ ଦାୟିତ୍ଵ ନ୍ୟସ୍ତ କରିବା ଉପରେ ଧ୍ୟାନ ଦେବା ଜରୁରୀ l
ପ୍ରଶିକ୍ଷଣରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ଉପନିର୍ଦ୍ଦେଶକ ଡ଼ ସଂଗ୍ରାମ କେଶରୀ ପଟ୍ଟନାୟକ, ଡ଼ ନଗେନ୍ଦ୍ର ମଲ୍ଲିକ, ଶ୍ରୀ ପୂର୍ଣ୍ଣଚରଣ ସା, ଡ଼ ମମତା ପ୍ରଧାନ ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସମସ୍ଯା ବିଷୟରେ ଅବଗତ ହୋଇଥିଲେ l
୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
Next Articleକେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛି ନିର୍ବାଚନ କମିଶନ : ଅରୁଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
