ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ନବୀନ ପଟ୍ଟନାୟକ : ଭାବବିହ୍ବଳ ହେଲେ ଜନତା
ବ୍ରହ୍ମପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତାଙ୍କ ନିଜ ଅଞ୍ଚଳ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି l ପ୍ରତିକୂଳ ପାଗ ପାଇଁ ହୋଇଥିବା ଫସଲ ନଷ୍ଟ ସଂକ୍ରାନ୍ତରେ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ନବୀନଙ୍କୁ ହଜାର ହଜାର ଚାଷୀ ତଥା ସାଧାରଣ ଜନତା ଭାବବିହ୍ବଳ ହୋଇ ସେମାନଙ୍କ ଦୁଃଖ ଜଣାଇଛନ୍ତି। ତାଙ୍କର ଏହି ଗସ୍ତରେ କୌଣସି ସାଧାରଣ ସଭା ନଥିଲେ ବି ଜନସମୁଦ୍ର ଭଳି ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। [...]
ବ୍ରହ୍ମପୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତାଙ୍କ ନିଜ ଅଞ୍ଚଳ ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି l ପ୍ରତିକୂଳ ପାଗ ପାଇଁ ହୋଇଥିବା ଫସଲ ନଷ୍ଟ ସଂକ୍ରାନ୍ତରେ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ନବୀନଙ୍କୁ ହଜାର ହଜାର ଚାଷୀ ତଥା ସାଧାରଣ ଜନତା ଭାବବିହ୍ବଳ ହୋଇ ସେମାନଙ୍କ ଦୁଃଖ ଜଣାଇଛନ୍ତି। ତାଙ୍କର ଏହି ଗସ୍ତରେ କୌଣସି ସାଧାରଣ ସଭା ନଥିଲେ ବି ଜନସମୁଦ୍ର ଭଳି ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇଯାଇଥିଲା। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ନବୀନଙ୍କ ଏହି ଗସ୍ତ ହିଁ ତାଙ୍କ ଲୋକପ୍ରିୟତାର ପରିଚୟ ଦେଇଛି।
ସାଧାରଣ ନିର୍ବାଚନ ପରେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅନେକ ଗୁଣରେ ବଢିଥିବା ପରିଲକ୍ଷିତ ହୋଇଛି l କ୍ଷମତାରୁ ଯିବା ପରେ ବି ଲୋକଙ୍କ ହୃଦୟରେ ନବୀନଙ୍କ ସ୍ଥାନ ଏବେ ବି ସର୍ବାଗ୍ରେ ରହିଥିବା ସ୍ପଷ୍ଟ ହୋଇଛି। ଗଞ୍ଜାମ ଜିଲ୍ଲାରେ ପ୍ରତିକୂଳ ପାଗ ପାଇଁ ଅମଳ ବେଳେ ବ୍ୟାପକ ମାତ୍ରାରେ ଧାନ ନଷ୍ଟ ହୋଇଛି। ଏଥିପାଇଁ ଅନେକ ଚାଷୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବାରେ ଲାଗିଛି।
ଏଭଳି ସ୍ଥିତିରେ ଉଜୁଡା କ୍ଷେତ ପରିଦର୍ଶନରେ ଯାଇଥିଲେ ନବୀନ ପଟ୍ଟନାୟକ, ରାସ୍ତାରେ ହଜାର ହଜାର ଜନତା ତାଙ୍କୁ ଭାବବିହ୍ବଳ ହୋଇ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା। ଏପରିକି ହଜାର ହଜାର କ୍ଷତିଗ୍ରସ୍ତ ଚାଷୀ ନଷ୍ଟ ହୋଇଥିବା ଧାନ କେଣ୍ଡା ଧରି ନବୀନଙ୍କୁ ଦେଖାଇବାକୁ ରୁଣ୍ଡ ହୋଇଥିଲେ। ଲାଗୁଥିଲା ଯେମିତି ଆଜି ବି ନିଜ ପ୍ରିୟ ନେତାଙ୍କୁ ଗୁହାରୀ କରିବାକୁ ଆସିଛନ୍ତି।
ସେପଟେ, ନବୀନ ବି ଯେଭଳି ପରିବାର ସଦସ୍ୟଙ୍କ ଭଳି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି ସ୍ଥିତିର ଅନୁଧ୍ୟାନ କରିଥିଲେ ତାହା ସମସ୍ତଙ୍କୁ ଅଭିଭୂତ କରିଥିଲା। ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି।
ଅନ୍ୟ ପଟେ ନବୀନଙ୍କୁ ଦେଖିବାକୁ ରାସ୍ତା ସାରା ଯେଭଳି ଭିଡ ଲାଗିଥିଲା ତାହା ଜଣେ ବିରୋଧୀ ଦଳ ନେତା ପକ୍ଷରେ ବିରଳ ଘଟଣା ବୋଲି ଚର୍ଚ୍ଚା ଜୋର ଧରିଛି।
ଅପରପକ୍ଷେ, ନବୀନଙ୍କ ଏହି ଗସ୍ତ ପାଇଁ ସମଗ୍ର ଗଞ୍ଜାମ ଜିଲ୍ଲା ବିଜେଡି ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଦଳର ସବୁ ନେତା ତଥା ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦରୁ ଆରମ୍ଭ କରି ସବୁ ତ୍ରୁଣମୂଳ ସ୍ତରର ନେତା କାର୍ଯ୍ୟକ୍ରମକୁ ସଫଳ କରିବାକୁ ସକ୍ରିୟ ଭୂମିକା ନେଇଥିବା ପରିଲକ୍ଷିତ ହୋଇଛି। ପରୋକ୍ଷରେ ଏହା ଦଳର ସୁଦୃଢ ସଂଗଠନର ଆଭାସ ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଭୂମିକା ନେଇ ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି।
Odisha Revenue Minister says farmers will get adequate compensation for crop damages
Next ArticleThousands flock to Puri to have darshan of Lord Jagannath on New Year
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
