ମନ୍ତ୍ରୀଙ୍କ ବୟାନକୁ ନେଇ ବର୍ଷିଲେ ଅରୁଣ: “ମନ୍ତ୍ରୀ ଏମିତି ସତ ଓଗାଳିବା କଥା”
ଭୁବନେଶ୍ବର: କଟନି ଛଟଣି ପ୍ରସଙ୍ଗରେ ମୁଣ୍ଡ ନ ପୂରାଇବାକୁ ଯୋଗାଣ ମନ୍ତ୍ରୀଙ୍କୁ ଆଇଏଏସ ଅଫିସରଙ୍କ ତାଗିଦକୁ ନେଇ ତେଜିଲା ରାଜନୀତି। ଆଇଏଏସ ଅଫିସରଙ୍କ ଏଭଳି ବୟାନକୁ ନିଜେ ବଖାଣି ବିବାଦ ଘେରକୁ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ଶ୍ରୀ ପାତ୍ରଙ୍କୁ କଟାକ୍ଷ କରି ମନ୍ତ୍ରୀ ଏଭଳି ସତ କହିବା ଉଚିତ ବୋଲି ମତ ଦେଇଛନ୍ତି। ଓଡ଼ିଶାରେ ଖରିଫ ଧାନକିଣା ଆରମ୍ଭ ହେବା ଦିନରୁ ହିଁ କଟନି ଛଟନିକୁ ନେଇ [...]
ଭୁବନେଶ୍ବର: କଟନି ଛଟଣି ପ୍ରସଙ୍ଗରେ ମୁଣ୍ଡ ନ ପୂରାଇବାକୁ ଯୋଗାଣ ମନ୍ତ୍ରୀଙ୍କୁ ଆଇଏଏସ ଅଫିସରଙ୍କ ତାଗିଦକୁ ନେଇ ତେଜିଲା ରାଜନୀତି। ଆଇଏଏସ ଅଫିସରଙ୍କ ଏଭଳି ବୟାନକୁ ନିଜେ ବଖାଣି ବିବାଦ ଘେରକୁ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ଶ୍ରୀ ପାତ୍ରଙ୍କୁ କଟାକ୍ଷ କରି ମନ୍ତ୍ରୀ ଏଭଳି ସତ କହିବା ଉଚିତ ବୋଲି ମତ ଦେଇଛନ୍ତି।
ଓଡ଼ିଶାରେ ଖରିଫ ଧାନକିଣା ଆରମ୍ଭ ହେବା ଦିନରୁ ହିଁ କଟନି ଛଟନିକୁ ନେଇ ଅସନ୍ତୋଷ ମୁଣ୍ଡ ଟେକିଛି। ସରକାର କଟନି ଛଟନି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଖିଲା ମନ୍ତବ୍ଯ ଦେଉଥିବା ବେଳେ ବାସ୍ତବରେ ସ୍ଥିତି ସଂପୂର୍ଣ୍ଣ ଓଲଟା। ମିଲର୍ସ ମାନେ ସରକାରଙ୍କ ପ୍ରୋତ୍ସାହନରେ ଦାଦାଗିରି କରି କଟନି ଛଟନି କରୁଥିବା ଅଭିଯୋଗ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବୟାନ ରାଜନୈତିକ ଝଡ ସୃଷ୍ଟି କରିଛି।
ଗଣମାଧ୍ୟମକୁ ଶ୍ରୀ ପାତ୍ର କହିଛନ୍ତି ଯେ, ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ। ଅନେକ ଜିଲ୍ଲାରେ କଟନୀ ଛଟନୀ ହୋଇନି, କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି। ଜିଦି ଧରୁଛନ୍ତି ୬ ରୁ ୭ କିଲୋ କାଟିବା ପାଇଁ। ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ। ମୋତେ ଆଶ୍ଚର୍ଯ୍ୟ ଲାଗିଲା ଶୁଣିକି। ମୋତେ ଜଣେ ଆଇଏସ ଅଫିସର କହିଲେ କୃଷକ ମିଲରଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ ଆପଣ ମୁଣ୍ଡ ପୁରାନ୍ତୁନି। ସେମାନେ ଆପେ ଏହାର ସମାଧାନ କରିବେ।
ମୁଁ ଅଫିସରଙ୍କୁ କହିଲି ତେବେ ଆମ ପଲିସିର ଲାଭ କଣ। ଆଶ୍ଚର୍ଯ୍ୟ, ଏଭଳିଆ ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି। ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ମିଲରମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ ବୋଲି ସେ କହିଛନ୍ତି।
ତେବେ, ମନ୍ତ୍ରୀଙ୍କ ବୟାନ ପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କଟାକ୍ଷ କରି କହିଛନ୍ତି, ମନ୍ତ୍ରୀ ଏମିତି ସତ କହିବା ଉଚିତ୍।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଛନ୍ତି ଯେ, ଡବଲ ଇଞ୍ଜିନ୍ ସରକାରରେ ଡବଲ କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରାଯାଉଛି। ମିଲରଙ୍କ ସହ ସରକାର ଡିଲ୍ କରୁଛନ୍ତି। ବିଭାଗର ସମସ୍ୟା ବାବଦରେ ମନ୍ତ୍ରୀଙ୍କୁ କିଛି ଜଣା ନାହିଁ। କୌଣସି ସମସ୍ୟା ନେଇ ମନ୍ତ୍ରୀଙ୍କ ପାଖକୁ ଗଲେ ମନ୍ତ୍ରୀ କହୁଛନ୍ତି ଆମେ ବିଭାଗ ସହ ଆଲୋଚନା କରି କହୁଛି। ମନ୍ତ୍ରୀଙ୍କୁ ଜଣା ନାହିଁ ଯେ ସେମାନେ ସଂପୃକ୍ତ ବିଭାଗର ମୁଖିଆ ବୋଲି। ଯାହା ପଚାରିଲେ ସଚିବଙ୍କଠୁ ବୁଝି କହୁଛନ୍ତି। ଏ ସରକାର କ୍ଷମତାକୁ ଆସିବା ପୂର୍ବରୁ କହିଥିଲେ କଟନୀ ଛଟନୀ କରିବେନି। ଏବେ କେମିତି କଟନୀ ଛଟନୀ ହେଉଛି। ଏହା ଡବଲ ଇଞ୍ଜିନ୍ ସରକାର ନୁହେଁ, ଡବଲ କଟନୀ ଛଟନୀ ସରକାର ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ପାଠ ଜଣାନାହିଁ କି ସାଠ ଜଣା ନାହିଁ, କେଉଁଠୁ ଆସି ଗାଦିରେ ବସିପଡିଛନ୍ତି। ସବୁ କିଛି ବାବୁଙ୍କ ହାତରେ ଛାଡି ଦେଇ କେମିତି ଲୁଟିବେ ତାର ବାଟ ଖୋଜୁଛନ୍ତି। ବାବୁ ଆଉ ମିଲରଙ୍କ ହାତରେ ରାଜ୍ୟର ଚାଷୀଙ୍କ ଭାଗ୍ଯକୁ ଛାଡି ଦେଇଛନ୍ତି। ତୁରନ୍ତ କଟନୀ ଛଟନୀ ବନ୍ଦ ହେଉ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
Odisha: Miscreant decamps with valuables & cash from senior Congress leader’s residence
Next ArticleChief Secy Manoj Ahuja to Continue as Chief Resident Commissioner of Odisha in New Delhi
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
