ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଓଡିଶା ପାଇଁ ଗର୍ବର କଥା- ବିଜୁ ବାବୁଙ୍କୁ ସମ୍ମାନୀତ କରିବ ଋଷିଆ ସରକାର

ନୂଆଦିଲ୍ଲୀ : ସମଗ୍ର ଓଡିଶାବାସୀଙ୍କ ପାଇଁ ଖୁସିର କଥା। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କୀଊòðK। ସମ୍ମାନୀତ କରିବାକୁ ଯାଉଛି ଋଷିଆ ସରକାର। ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜି ହିଟଲର ବିରୋଧରେ ବିଜୟର 80 ବର୍ଷ ପୂଊòð ଅବସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଏହି ସମ୍ମାନ ପ୍ରଦାନ କରିବ ଋଷ ସରକାର। ଏହି ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ସୋଭିଏତ ୟୁନିଅନକୁ ସହଯୋଗ ପାଇଁ ବିଜୁ ବାବୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ବିଜୟର [...]

Admin•ମଇ 5, 2025
Share Article:
ଓଡିଶା ପାଇଁ ଗର୍ବର କଥା- ବିଜୁ ବାବୁଙ୍କୁ ସମ୍ମାନୀତ କରିବ ଋଷିଆ ସରକାର

ନୂଆଦିଲ୍ଲୀ : ସମଗ୍ର ଓଡିଶାବାସୀଙ୍କ ପାଇଁ ଖୁସିର କଥା। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କୀଊòðK। ସମ୍ମାନୀତ କରିବାକୁ ଯାଉଛି ଋଷିଆ ସରକାର। ଦ୍ବିତୀୟ ବିଶ୍ବଯୁଦ୍ଧରେ ନାଜି ହିଟଲର ବିରୋଧରେ ବିଜୟର 80 ବର୍ଷ ପୂଊòð ଅବସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଏହି ସମ୍ମାନ ପ୍ରଦାନ କରିବ ଋଷ ସରକାର। ଏହି ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ସୋଭିଏତ ୟୁନିଅନକୁ ସହଯୋଗ ପାଇଁ ବିଜୁ ବାବୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ବିଜୟର 80ତମ ବିଜୟ ଦିବସ ଅବସରରେ ଆସନ୍ତା 9 ତାରିଖରେ ନୂଆଦିଲ୍ଲୀ ସ୍ଥିତ ଋଷିଆ ଦୂତାବାସରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଜୁ ପ;ନାୟକଙ୍କୁ ଋଷିଆ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ। ବିଜୁ ବାବୁଙ୍କ ସୁପୁତ୍ର ତଥା ବିରୋଧୀ ଦଳ ନେତା ନବୀନ ପ;ନାୟକ ଏହି ସମ୍ମାନ ଗ୍ରହଣ କରିବେ।

1941ରୁ 1945 ମଧ୍ୟରେ ନାଜି ହିଟଲର ବିରୋଧରେ ହୋଇଥିବା ଦୁର୍ଦ୍ଧଶ ସଂଗ୍ରାମ। ସୋଭିଏତ ୟୁନିଅନ ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା। ଆଉ ଏହି ଯୁଦ୍ଧରେ ବିଜୁ ବାବୁଙ୍କ ଥିଲା ବିରାଟ ଅବଦାନ। ଜଣେ ସୁଦକ୍ଷ ପାଇଲଟ ଭାବେ ନବୀନ ବାବୁ ସେହି ସମୟରେ ଜାହାଜ ଉଡାଇ ରେଡ ଆର୍ମିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥା ଜଟିଳ ମାରଣାସ୍ତ୍ର ଯୋଗାଇବାରେ ସଫଳ ହୋଇଥିଲେ। ଏହି ସଫଳତାକୁ ସ୍ମରଣ କରି ଋଷିଆ ସରକାର ବିଜୁ ବାବୁଙ୍କୁ ଆସନ୍ତା 9 ତାରିଖରେ ସମ୍ମାନୀତ କରାଯିବ। ବିଜୁ ବାବୁଙ୍କ ପକ୍ଷରୁ ତାଙ୍କ ସୁପୁତ୍ର ନବୀନ ବାବୁ ଏହି ସମ୍ମାନ ଗ୍ରହଣ କରିବେ। ଏଥିପାଇଁ ଋଷିଆ ଦୂତାବାସ ପକ୍ଷରୁ ନବୀନ ବାବୁଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅନ୍ୟ ବୀରଙ୍କ ମଧ୍ୟରେ ଆମେ ଆପଣଙ୍କ ବୀର ବାପାଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ସମ୍ମାନୀତ କରିବାକୁ ଯାଉଛୁ, ଯିଏ କି ଜଣେ ବିଶାଳ ବ୍ୟକ୍ତିତ୍ବର ଅଧିକାରୀ ହେବା ସହ ବିଚକ୍ଷଣ ପାଇଲଟ ଭାବେ ନାଜି ହିଟଲର ବିରୋଧୀ ସଂଗ୍ରାମରେ ତାଙ୍କ ଅଦମ୍ୟ ସାହସିକତା ଦେଖାଇଥିଲେ। ସୂଚନାଯୋଗ୍ୟ ଯେ, 1995 ମସିହାରେ ଋଷିଆ ସରକାର ଏହି ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ବିଜୁ ବାବୁଙ୍କୁ ସୁବର୍ଣ୍ଣ ଜୟନ୍ତୀ ମେଡାଲ ପ୍ରଦାନ କରିଥିଲା।

#Odia#Odisha#News
Share Article:

Related Articles