ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମୂରଲୀଧରଙ୍କ ଭକ୍ତି ସଂଗୀତ ‘ଶ୍ୟାମସୁନ୍ଦର’ ଲୋକାର୍ପିତ

ସମ୍ବଲପୁର : କବି ମୂରଲୀଧର ଭୋଇଙ୍କ ରାଧାକୃଷ୍ଣ ପ୍ରେମ ଆଧାରିତ ଭକ୍ତି ସଂଗୀତ ଶ୍ୟାମସୁନ୍ଦର ଆଜି ମାଁ ସମଲେଶ୍ବରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା କାଳିଆ ଓ କୃଷକ ସଶକ୍ତିକରଣ ଉପଦେଷ୍ଟା ସଞ୍ଜୟ ବାବୁ, ପ୍ରମେୟର ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ବେତକୁମାର ପ୍ରଧାନ, ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ଏବଂ ଦୈନିକ ସକାଳର [...]

Admin•ଜାନୁଆରୀ 11, 2024
Share Article:

ସମ୍ବଲପୁର : କବି ମୂରଲୀଧର ଭୋଇଙ୍କ ରାଧାକୃଷ୍ଣ ପ୍ରେମ ଆଧାରିତ ଭକ୍ତି ସଂଗୀତ ଶ୍ୟାମସୁନ୍ଦର ଆଜି ମାଁ ସମଲେଶ୍ବରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମାଁ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା କାଳିଆ ଓ କୃଷକ ସଶକ୍ତିକରଣ ଉପଦେଷ୍ଟା ସଞ୍ଜୟ ବାବୁ, ପ୍ରମେୟର ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ବେତକୁମାର ପ୍ରଧାନ, ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ଏବଂ ଦୈନିକ ସକାଳର ଶାଖା ମୁଖ୍ୟ ନରୋତ୍ତମ ଗୁରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏ-ୱାନ ସମ୍ବଲପୁରୀ ଚ୍ୟାନେଲରେ ଏହି ଗୀତ ଉପଲବ୍ଧ ହୋଇଛି।

ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ପଲସଦା ଗାଁର ଗୌନ୍ତିଆ ମୂରଲୀଧର ଜଣେ ଜଣାଶୁଣା ସାରସ୍ବତ ସାଧକ। ତାଙ୍କର ବହୁ କାବ୍ୟ କବିତା ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ଶ୍ୟାମସୁନ୍ଦର ୧୯୭୫ ମସିହାରେ ଲିଖିତ ଗୀତ, ଯାହାକି ତାଙ୍କ ଡାଏରିରୁ ସଂଗୃହୀତ ହୋଇଥିଲା। ଆଉ ବରଗଡର ଝଙ୍କାର ଷ୍ଟୁଡିଓରେ ଏହାର ରେକର୍ଡିଂ ହୋଇଥିଲା। ପ୍ରସିଦ୍ଧ ସଂକୀର୍ତ୍ତନ୍ୟ କଣ୍ଠଶିଳ୍ପୀ ଗୁରୁ ସୁଧର୍ମା ଦାସ ଏଥିରେ କଣ୍ଠ ଦେଇଥିବା ବେଳେ ସଂଗୀତରେ ସଜାଇଛନ୍ତି ରତନ କୁମାର ପୂଜାହାରୀ। ଏହାର ଲୋକାର୍ପଣ ଉତ୍ସବରେ ମୂରଲୀଧରଙ୍କ ବଡପୁଅ ତଥା ଗୀତର ପ୍ରଯୋଜକ ସତ୍ୟବ୍ରତ ଭୋଇ, ସାନପୁଅ ସାମ୍ବାଦିକ ଜ୍ଞାନବ୍ରତ ଭୋଇ ଏବଂ ନାତି ସାରସ୍ବତ ସମ୍ଭବ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles