ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ

ବାଲେଶ୍ଵର – ସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ। ଆଜି ସନ୍ଧ୍ୟାରେ ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ ବାସଗୃହରୁ ଠାବ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବିଡିଓଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବିଶ୍ୱରଞ୍ଜନ ମହାନ୍ତି ପ୍ରାୟ ୬ ମାସ ତଳେ ସିମୁଳିଆ ବିଡିଓ ଭାବେ ନିଯୁକ୍ତି [...]

Admin•ଜାନୁଆରୀ 11, 2024
Share Article:

ବାଲେଶ୍ଵର – ସରକାରୀ ବାସଭବନରୁ ମିଳିଲା ବିଡିଓଙ୍କ ଝୁଲନ୍ତା ମୃତଦେହ। ଆଜି ସନ୍ଧ୍ୟାରେ ସିମୁଳିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ ବାସଗୃହରୁ ଠାବ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବିଡିଓଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବିଶ୍ୱରଞ୍ଜନ ମହାନ୍ତି ପ୍ରାୟ ୬ ମାସ ତଳେ ସିମୁଳିଆ ବିଡିଓ ଭାବେ ନିଯୁକ୍ତି ପାଇଥିଲେ । ବିଡିଓଙ୍କ ଏଭଳି ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

#Odia#Odisha#News
Share Article:

Related Articles