ଦକ୍ଷିଣ ଓଡ଼ିଶାରେ ସଡ଼କ ଯାତ୍ରା ହେବ ସୁଗମ : ୭୦୦୦ କୋଟିରେ ବ୍ରହ୍ମପୁରରୁ ଜୟପୁର ବିଜୁ ଏକ୍ସପ୍ରେସ୍ ୱେ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ସଡ଼କ ଗମନାଗମନ ପୂର୍ବାପେକ୍ଷା ଅଧିକ ସୁବିଧାଜନକ ହେବ। ରାଜ୍ୟର ଦକ୍ଷିଣାଞ୍ଚଳର ଦୁଇ ପ୍ରମୁଖ ସହର ବ୍ରହ୍ମପୁର ଓ ଜୟପୁର ମଧ୍ୟରେ ଯାତାୟାତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ ହ୍ରାସ ପାଇବ। ପ୍ରାୟ ୭ ହଜାର କୋଟି ଟଙ୍କାରେ ୩୦୫ କିମି ରାସ୍ତାକୁ ୪ ଥାକିଆ ସମ୍ପ୍ରସାରିତ ତଥା ବିକଶିତ କରାଯିବ। ସମୟ ହ୍ରାସ ସହ ଏହି ଏକ୍ସପ୍ରେସ୍ ୱେ ସାଜିବ ଦକ୍ଷିଣ ଓଡ଼ିଶାର ନୂଆ ଅର୍ଥନୈତିକ କରିଡର୍। କେବଳ ଏତିକି [...]
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ସଡ଼କ ଗମନାଗମନ ପୂର୍ବାପେକ୍ଷା ଅଧିକ ସୁବିଧାଜନକ ହେବ। ରାଜ୍ୟର ଦକ୍ଷିଣାଞ୍ଚଳର ଦୁଇ ପ୍ରମୁଖ ସହର ବ୍ରହ୍ମପୁର ଓ ଜୟପୁର ମଧ୍ୟରେ ଯାତାୟାତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ ହ୍ରାସ ପାଇବ। ପ୍ରାୟ ୭ ହଜାର କୋଟି ଟଙ୍କାରେ ୩୦୫ କିମି ରାସ୍ତାକୁ ୪ ଥାକିଆ ସମ୍ପ୍ରସାରିତ ତଥା ବିକଶିତ କରାଯିବ। ସମୟ ହ୍ରାସ ସହ ଏହି ଏକ୍ସପ୍ରେସ୍ ୱେ ସାଜିବ ଦକ୍ଷିଣ ଓଡ଼ିଶାର ନୂଆ ଅର୍ଥନୈତିକ କରିଡର୍। କେବଳ ଏତିକି ନୁହେଁ ସାମଗ୍ରୀକ ଭାବେ ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶରେ ଏହି ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି ବିଜୁ ଏକ୍ସପ୍ରେସ୍ ୱେ ୪ଟି ଜିଲ୍ଲାର ୧୫ଟି ବ୍ଲକ୍ ଦେଇ ଗତି କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ପ୍ରତିଫଳନ କରୁଥିବା ଏହି ମେଗା ପ୍ରକଳ୍ପରେ ଗଞ୍ଜାମ ଜିଲ୍ଲାରେ ୪୩ କିମି, ଗଜପତି ଜିଲ୍ଲାରେ ୪୭ କିମି, ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୫୮ କିମି ଓ କୋରାପୁଟ ଜିଲ୍ଲାରେ ୫୭ କିମି ଚାରିଥାକିଆ ରାସ୍ତା ତିଆରି କରାଯିବ। ଫଳରେ ମାଲ ପରିବହନ ଠାରୁ ଆରମ୍ଭ କରି ଗମନାଗମନ, ପର୍ଯ୍ୟଟନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମିର ଲାଭ ମିଳିବ। ଅଞ୍ଚଳବାସୀଙ୍କ ବିକାଶ ତ୍ବରାନ୍ବିତ ହୋଇପାରିବ। ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ଥର ପାଇଁ ରାଜ୍ୟରେ ପାହାଡ଼ କାଟି ଟନେଲ୍ ନିର୍ମାଣ କରାଯିବ। ଫଳରେ ରାସ୍ତା ଦୈର୍ଘ୍ୟ ୨୫ରୁ ୩୦ କିଲୋମିଟର ଓ ଗମନାଗମନ ସମୟ ଆଉ ଦୁଇ ଘଣ୍ଟା ହ୍ରାସ ପାଇବ।

ଏହି ମେଗା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ମଞ୍ଜୁରୀ ଦେଇ ସାରିଛନ୍ତି। ନିକଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ଲାଗି କନସଲଟାନ୍ସି ସଂସ୍ଥା ଚୟନ ନିମନ୍ତେ ବିଜ୍ଞପ୍ତି ଜାରି କରିଛି ପୂର୍ତ୍ତ ବିଭାଗ। ଉକ୍ତ ସଂସ୍ଥା ଆଲାଇନ୍ମେଣ୍ଟ କରିବା ସହ ଜମି ଅଧୁଗ୍ରହଣ, ଜଙ୍ଗଲ ବିଭାଗ ଅନୁମତି ପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି, ଜମି ଅଧିଗ୍ରହଣ ମନିଟରିଂ ସିଷ୍ଟମ ବିକାଶ କରିବ। ଜମି ଅଧିଗ୍ରହଣ ପରେ ଥଇଥାନ, ବ୍ରିଜ୍ ନିର୍ମାଣ, ରାଜପଥ ଡିଜାଇନ୍, ଟନେଲ୍, ସର୍ଭିସ୍ ରୋଡ୍, ସଡ଼କ ସୁରକ୍ଷା ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିବ। ପ୍ରକାଶ ଥାଉକି ଗତବର୍ଷ ଡିସେମ୍ବରରେ ଗଜପତି ଜିଲ୍ଲା ଗସ୍ତ ବେଳେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୩ ବର୍ଷ ମଧ୍ୟରେ ଏହି ଗ୍ରୀନ୍ ଫିଲ୍ମ ପ୍ରୋଜେକ୍ଟ ନିର୍ମାଣ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ। ଏହି ରାଜପଥରେ ବ୍ରହ୍ମପୁରରୁ ମୋହନା ପହଞ୍ଚିବାକୁ ମାତ୍ର ୪୫ ମିନିଟ୍ ସମୟ ଲାଗିବ ବୋଲି ସେ ସୂଚାଇଥିଲେ। ଦକ୍ଷିଣ ଓଡିଶାବାସୀ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପରୁ ବ୍ୟାପକ ଉପକୃତ ହେବେ।
Odisha to Ban Single-Use Plastic Inside Sanctuaries, National Parks and Tiger Reserves
Next ArticleDGP Felicitates Odisha Police Yoga Team for Winning 13 Medals in 72nd All India Police Volleyball Cluster-2023-24
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
