ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

୩୦ ହଜାର ଦୀପ ଜାଳି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିଲେ ଭୁବନେଶ୍ବର ବିକାଶ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର – ଆଜି ଡେରାସ ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ମହାସମାରୋହ ପୂର୍ବକ ଭାବ, ଭକ୍ତି ଓ ଶୃଙ୍ଖଳାର ସହ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବକୁ ପାଳନ କରିବା ନିମନ୍ତେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ , ଶିକ୍ଷକ ମଣ୍ଡଳୀ ତଥା ସାଧୁ ଓ ସଜ୍ଜନ ମଣ୍ଡଳୀ ଏକତ୍ରିତ ହୋଇ ପ୍ରାୟ ୩୦,୦୦୦ ଦୀପ ପ୍ରଜ୍ଵଳିତ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପବିତ୍ର ନୀଳଚକ୍ରଙ୍କର ଚିତ୍ର ଚିତ୍ରଣ କରି [...]

Admin•ଜାନୁଆରୀ 17, 2024
Share Article:
୩୦ ହଜାର ଦୀପ ଜାଳି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳିଲେ ଭୁବନେଶ୍ବର ବିକାଶ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର – ଆଜି ଡେରାସ ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ମହାସମାରୋହ ପୂର୍ବକ ଭାବ, ଭକ୍ତି ଓ ଶୃଙ୍ଖଳାର ସହ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବକୁ ପାଳନ କରିବା ନିମନ୍ତେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ , ଶିକ୍ଷକ ମଣ୍ଡଳୀ ତଥା ସାଧୁ ଓ ସଜ୍ଜନ ମଣ୍ଡଳୀ ଏକତ୍ରିତ ହୋଇ ପ୍ରାୟ ୩୦,୦୦୦ ଦୀପ ପ୍ରଜ୍ଵଳିତ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପବିତ୍ର ନୀଳଚକ୍ରଙ୍କର ଚିତ୍ର ଚିତ୍ରଣ କରି ପରିବେଶକୁ ଆତ୍ମବିଭୋର କରିଥିଲେ l

ଏହି ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ l ଏପରି ଏକ ବିରଳ କାର୍ଯ୍ୟକ୍ରମରେ ଯୋଗଦାନ କରିପାରିଥିବାରୁ ଡ. ମହାନ୍ତି ବିକାଶ ପରିଚାଳନା ସମିତି ତଥା ଛାତ୍ରଛାତ୍ରୀ, ଶିକ୍ଷକ ମଣ୍ଡଳୀ ଏବଂ ଉପସ୍ଥିତ ଅଭିଭାବକ ମଣ୍ଡଳୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବିକାଶ ବିଦ୍ୟାଳୟ ଭୁବନେଶ୍ବର ପରିସରରେ ଘଣ୍ଟ, ଶଙ୍ଖ ତଥା ମୃଦଙ୍ଗର ତାଳେ ତାଳେ ଭାବ ଭକ୍ତି ପୂର୍ବକ ଦୀପ ପ୍ରଜ୍ଵଳନ ଏବଂ ଭଜନ ଜଣାଣର ଅପୂର୍ବ ସମାରୋହକାରେ ପୂତ ପବିତ୍ର ପରିକ୍ରମା ଦିବସର କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା l ବିକାଶ ଆବାସିକ ବିଦ୍ୟାଳୟଠାରେ ଏପରି ଆଧ୍ୟାତ୍ମିକ ପରିବେଶରେ କମ୍ପନ ସୃଷ୍ଟି କରିଥିବା ପବିତ୍ର ହରିବୋଲ ହୁଳହୁଳି ପୂର୍ବକ ଜୟ ଜଗନ୍ନାଥ ଧ୍ୱନିର ଗୁଞ୍ଜରଣ କୋଣ ଅନୁକୋଣକୁ ଆଧ୍ୟାତ୍ମିକ ଭାବନାର ବିସ୍ତାର କରିବା ସହ ପୁରାତନ ଓଡିଶାର ଜଗନ୍ନାଥ ସଭ୍ୟତା ଓ ସଂସ୍କୃତିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଡ. ମହାନ୍ତି ଆଶା ବ୍ୟକ୍ତ କରିଥିଲେ l

ପରିଶେଷରେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ପ୍ରଶାସନିକ ନିର୍ଦ୍ଦେଶକ ଭି. ଶ୍ରୀନିବାସ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ପୁରୀ ଧାମର ଉନ୍ନତି ନିମନ୍ତେ ଏହିଭଳି ଦୁରଦୃଷ୍ଟି ସମ୍ପନ୍ନ ପରିକ୍ରମା ପ୍ରକଳ୍ପକୁ ପ୍ରତିପାଦିତ କରିବା ସହ ସମଗ୍ର ବିଶ୍ଵ ଦରବାରରେ ପୁରୀକୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିପାରିଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ l

ଏହି ଅବସରରେ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଆର. ବିଜୟ କୁମାର, ଡିନ୍ ଏ. ଦିଲୀପ କୁମାର, ବିକାଶ ଗ୍ଲୋବାଲ ବିଦ୍ୟାଳୟର ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦାସ, ବିଶିଷ୍ଟ ସମାଜ ସେବୀ ପ୍ରଣବ ସ୍ଵାଇଁ, ଭି. ଶ୍ରୀଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ l

#Odia#Odisha#News
Share Article:

Related Articles