ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମୃତ, ୧୫ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା | ସୂଚନା ପାଇ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। [...]

Admin•ଜାନୁଆରୀ 28, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୨.୩୦ ସମୟରେ ଏହି ଘଟଣା ଘଟିଥିଲା | ସୂଚନା ପାଇ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଭିଡିଓରେ ବଲିଉଡର ଜଣେ ଜଣାଶୁଣା ଗାୟକ ଭଜନ ପରିବେଷଣ କରୁଥିବା ଦେଖିବାକୁ ମିଳୁଛି ।‌ ଏତିକିବେଳେ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ତଳେ ବସିଥିବା ଲୋକଙ୍କ ଉପରେ ଏହା ପଡ଼ିଥିଲା ।

#Odia#Odisha#News
Share Article:

Related Articles