ପୁରୀ: ଶ୍ରୀମନ୍ଦିରର ଛତିଶା ନିଯୋଗ
ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କଲାପରେ ଚତୁର୍ଦ୍ଧା ବିଗ୍ରହଙ୍କ ସେବାପୂଜା ପାଇଁ ବ୍ରହ୍ମାଙ୍କୁ ନିବେଦନ କରିଥିଲେ। ପିତାମହ ବ୍ରହ୍ମାଙ୍କ ନିର୍ଦେଶରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ସାତଗୋଟି ସେବାୟତ ନିଯୋଗ ସୃଷ୍ଟିକରି ସେମାନଙ୍କୁ ସାତଗୋଟି ଭିନ୍ନ ଭିନ୍ନ ସେବା ପ୍ରଦାନ କରିଥିଲେ। ସେସବୁ ସେବା ଥିଲା ୧.ପୂଜାପଣ୍ଡା ସେବା ୨.ପ୍ରତିହାରୀ ସେବା ୩.ପାତ୍ର ହୋତାସେବା ୪.ଚରୁହୋତା ସେବା ୫.ବ୍ରହ୍ମସେବା ୬.ବିଶ୍ୱାବସୁ ସେବା ୭.ବିଦ୍ୟାପତି ସେବା। ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ପରବର୍ତ୍ତୀ ସମୟରେ ‘ ସୁତ ସଂହିତା
ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କଲାପରେ ଚତୁର୍ଦ୍ଧା ବିଗ୍ରହଙ୍କ ସେବାପୂଜା ପାଇଁ ବ୍ରହ୍ମାଙ୍କୁ ନିବେଦନ କରିଥିଲେ। ପିତାମହ ବ୍ରହ୍ମାଙ୍କ ନିର୍ଦେଶରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ସାତଗୋଟି ସେବାୟତ ନିଯୋଗ ସୃଷ୍ଟିକରି ସେମାନଙ୍କୁ ସାତଗୋଟି ଭିନ୍ନ ଭିନ୍ନ ସେବା ପ୍ରଦାନ କରିଥିଲେ। ସେସବୁ ସେବା ଥିଲା ୧.ପୂଜାପଣ୍ଡା ସେବା ୨.ପ୍ରତିହାରୀ ସେବା ୩.ପାତ୍ର ହୋତାସେବା ୪.ଚରୁହୋତା ସେବା ୫.ବ୍ରହ୍ମସେବା ୬.ବିଶ୍ୱାବସୁ ସେବା ୭.ବିଦ୍ୟାପତି ସେବା। ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ପରବର୍ତ୍ତୀ ସମୟରେ ‘ ସୁତ ସଂହିତା ‘ ରଚିତ ହୋଇଥିବା ମନେ କରାଯାଏ। ଏହିଗ୍ରନ୍ଥରେ ମହାପ୍ରଭୁଙ୍କ ଯାନିଯାତ୍ରା, ସେବାପୂଜା, ଭୋଗରାଗ ସମ୍ବନ୍ଧରେ ଉଲ୍ଲେଖ ରହିଛି। ଏହା ଶ୍ରୀମନ୍ଦିରର ପ୍ରଥମ ବିଧାନବଳୀ ଭାବରେ ବିବେଚିତ।
ବର୍ତ୍ତମାନର ପରିଦୃଶ୍ୟ ମନ୍ଦିର ରାଜା ଚୋଡ଼ଗଙ୍ଗ ଦେବଙ୍କ ଦ୍ଵାରା ଆରମ୍ଭ ହୋଇ ରାଜା ତୃତୀୟ ଅଙ୍ଗଭୀମ ଦେବ ଶେଷ କରିଥିଲେ। ରାଜା ତୃତୀୟ ଅଙ୍ଗଭୀମ ଦେବଙ୍କ ରାଜ୍ୟ ଶାସନ କାଳ ଥିଲା ( ୧୨୧୧ ଖ୍ରୀ:ଅରୁ ଖ୍ରୀ:ଅ ୧୨୩୮ )।ମହାପ୍ରଭୁ ମାନଙ୍କ ସେବପୂଜାକୁ ଶୃଙ୍ଖଳିତ କରିବାକୁ ତୃତୀୟ ଅଙ୍ଗଭୀମ ଦେବ ପ୍ରଥମେ ଛତିଶା ନିଯୋଗ ସୃଷ୍ଟି କରିଥିଲେ। କିନ୍ତୁ କେଉଁ କେଉଁ ନିଯୋଗ ସିଏ ସୃଷ୍ଟି କରିଥିଲେ ତାହା କେଉଁଠାରେ ସ୍ପଷ୍ଟ ଉଲ୍ଲେଖ ନାହିଁ। ତଥାପି ଏହିସବୁ ନିଯୋଗ ମହାପ୍ରଭୁଙ୍କୁ ସମର୍ପିତ। ନିଯୋଗର ଆକ୍ଷରିକ ଅର୍ଥ ହେଉଛି ଗୋଷ୍ଠି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ସର୍ବମୋଟ ୧୧୯ ପ୍ରକାରର ସେବକ ଏହି ୩୬ ନିଯୋଗର ଅନ୍ତର୍ଭୁକ୍ତ। ପ୍ରତ୍ୟେକଙ୍କ ସେବା ସ୍ୱତନ୍ତ୍ର ଓ ପୂର୍ବ ନିର୍ଦ୍ଧାରିତ। କେତେକ ସେବା ଏକକ ଥିବାବେଳେ ଅନ୍ୟ କେତେକ ଗୋଷ୍ଠୀଗତ ସେବା ଅନ୍ତର୍ଭୁକ୍ତ ।
ନିମ୍ନୋକ୍ତ ନିଯୋଗ ଗୁଡିକ ବର୍ତ୍ତମାନ ଶ୍ରୀଜୀଉ ଙ୍କ ସେବାରେ ନିୟୋଜିତ। ତାହା ହେଉଛି ୧.ପୁଷ୍ପାଲକ ୨.ପୂଜାପଣ୍ଡା ୩.ଭିତରସେବା ୪.ପ୍ରତିହାରୀ ୫.ଦଇତାପତି ୬.ସୁଆର ମହାସୁଆର ୭.ଗରାବଡୁ ୮.ପତ୍ରୀବଡୁ ୯.ସୁଆର ବଡୁ ୧୦.ଖୁଣ୍ଟିଆ ୧୧.ମେକାପ ୧୨.ମହାଜନ ୧୩.ବଡୁ ସୁଆର ୧୪.ଦର୍ପଣିଆ ୧୫.ଶୁଦ୍ଧ ସୁଆର ୧୬.ଅଣସର ଶୁଦ୍ଧ ସୁଆର ୧୭.ଦତ୍ତ ମହାପାତ୍ର ୧୮.କୋଠ ସୁଆଁସିଆ ୧୯.ପାଣି ଆପଟ ୨୦. ବିମାନ ବଡୁ ୨୧.ଧୋ ପଖାଳ ୨୨.ବିଡ଼ିଆ ବେହେରା ୨୩.ଘଣ୍ଟୁଆ ୨୪.ଘଟୁଆରୀ ୨୫.ମୁଦୁଲି ୨୬.କୋଠଭୋଗ ୨୭.ହଡପ ନାୟକ ୨୮.ପ୍ରଧାନୀ ୨୯.ଚୁନରା ୩୦.ଚାଟରା ୩୧.ସୁଆର ମହାସୁଆର ରୋଷ କମିଟି।
Naveen Wishes Speedy Recovery to BJP Leader Bishnu Sethi from COVID-19
Next ArticleNewsroom Odisha: Morning Headlines
Related Articles
ମତାମତଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
ମତାମତମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
ମତାମତସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
