ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀଙ୍କ ସ୍ବାଗତ, କହିଲେ ‘ବିଜେପି ଅପରାଧୀଙ୍କ ରକ୍ଷକ’
ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀ ଦଳ ସୋମବାର ସ୍ୱାଗତ କରିଛନ୍ତି । ଏହା ନ୍ୟାୟର ବିଜୟ ବୋଲି ସେମାନେ କହିବା ସହ ବିଜେପିକୁ ଟାର୍ଗେଟ୍ କରିଛନ୍ତିି। ବିଜେପି ମହିଳା ବିରୋଧୀ ଏବଂ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବାନୋ ଗଣବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଦୋଷୀ ମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ [...]
ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀ ଦଳ ସୋମବାର ସ୍ୱାଗତ କରିଛନ୍ତି । ଏହା ନ୍ୟାୟର ବିଜୟ ବୋଲି ସେମାନେ କହିବା ସହ ବିଜେପିକୁ ଟାର୍ଗେଟ୍ କରିଛନ୍ତିି। ବିଜେପି ମହିଳା ବିରୋଧୀ ଏବଂ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବାନୋ ଗଣବଳାତ୍କାର ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ । ଦୋଷୀ ମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ରାୟ ପରେ ବିଜେପି ଉପରେ ଆକ୍ରମଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଏକ୍ସ’ ରେ କହିଛନ୍ତି, ବିଲକିସ୍ ବାନୋଙ୍କ ଅକ୍ଲାନ୍ତ ସଂଘର୍ଷ “ଅହଂକାରୀ” ବିଜେପି ସରକାର ବିରୋଧରେ ନ୍ୟାୟର ବିଜୟର ପ୍ରତୀକ।
ନିର୍ବାଚନୀ ଲାଭ ପାଇଁ ‘ନ୍ୟାୟକୁ ହତ୍ୟା’ କରିବା ପ୍ରବୃତ୍ତି ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିପଜ୍ଜନକ । ଅପରାଧୀଙ୍କ ରକ୍ଷକ କିଏ ସାଜିଛି ତାହା ସୁପ୍ରିମକୋର୍ଟ ରାୟରୁ ସ୍ପଷ୍ଟ ହୋଇଯାଇଛି ।
ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ରାୟରେ ପ୍ରତିକ୍ରିୟା ରଖିଛନ୍ତି । ଶେଷରେ ନ୍ୟାୟର ବିଜୟ ହୋଇଛି ବୋଲି କହିଛନ୍ତି ପ୍ରିୟଙ୍କା ।
ସେ ‘ଏକ୍ସ’ ରେ ହିନ୍ଦୀରେ ଏକ ପୋଷ୍ଟ କରି କହିଛନ୍ତି, “ଏହି ରାୟ ସହିତ ବିଜେପିର ମହିଳା ବିରୋଧୀ ନୀତି ଉପରୁ ପରଦା ହଟିଯାଇଛି । ଏହି ରାୟ ପରେ ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ଆହୁରି ସୁଦୃଢ଼ ହେବ। ସାହସିକତାର ସହ ସଂଗ୍ରାମ ଜାରି ରଖିଥିବାରୁ ବିଲକିସ୍ ବାନୋଙ୍କୁ ଅଭିନନ୍ଦନ। |
କଂଗ୍ରେସର ମିଡ଼ିଆ ତଥା ପ୍ରଚାର ପ୍ରସାର ମୁଖ୍ୟ ପୱନ ଖେରା କହିଛନ୍ତି, ଗୁଜରାଟ ସରକାରଙ୍କ ଦ୍ୱାରା ୧୧ ଜଣ ବଳାତ୍କାରୀଙ୍କ ମୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଦେଇଥିବା ରାୟ ମହିଳାଙ୍କ ପ୍ରତି ବିଜେପିର ଚରମ ଅସମ୍ମାନ ଭାବକୁ ପ୍ରଦର୍ଶନ କରୁଛି।
ଖେରା କହିଛନ୍ତି, ଯେଉଁମାନେ ଏହି ଅପରାଧୀ ମାନଙ୍କୁ ବେଆଇନ ଭାବେ ମୁକୁଳାଇବାରେ ସାହାଯ୍ୟ କରିଥିଲେ ଏବଂ ଯେଉଁମାନେ ସେମାନଙ୍କୁ ଫୁଲମାଳ ପକାଇ ମିଠା ଖୁଆଇ ସ୍ବାଗତ କରିଥିଲେ, ସେମାନଙ୍କ ମୁହଁରେ ସୁପ୍ରିମକୋର୍ଟ ରାୟ ଏକ ଚାପୁଡ଼ା।
ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହ ଏହା ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେପି କରୁଥିବା “ଫମ୍ପା ଦାବି”କୁ ପଦାରେ ପକାଇ ଦେଇଛି ।
“କୌଣସି ସରକାର କ୍ଷମତାର ଦୁରୁପଯୋଗ କରି ଏହିପରି ଅପରାଧୀଙ୍କୁ ଛାଡ଼ିବା ଉଚିତ୍ ନୁହେଁ। ମୁଁ ପଚାରିବାକୁ ଚାହୁଁଛି ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କାହିଁକି ଚୁପ୍ ରହିଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହିଁ ଏହି ଦୋଷୀମାନଙ୍କୁ ଆଗୁଆ ମୁକ୍ତ କରିବାକୁ ଅନୁମୋଦନ କରିଥିଲା। ଏହା ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦୀ ନାରୀ ଶକ୍ତି ନେଇ ଖାଲି ଫମ୍ପା ଦାବି କରୁଛନ୍ତି । ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ବିଲକିସ୍ ବାନୋ ଏବଂ ତାଙ୍କ ପରିବାରକୁ କ୍ଷମା ମାଗନ୍ତୁ ବୋଲି ଓଓ୍ବେସି ଦାବି କରିଛନ୍ତିି ।
ତୃଣମୂଳ କଂଗ୍ରେସ (ଟିଏମସି) କହିଛି, ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଏହି ଅପରାଧୀଙ୍କୁ ମୁକ୍ତ କରିବାରେ ସହାୟତା କରିଥିବା ଏବଂ ସେମାନଙ୍କ ପ୍ରଶଂସା ମଣ୍ଡନ କରିଥିବା ବିଜେପିର ମୁହଁରେ ଚାପୁଡ଼ା। ଦଳ କହିଛି ରାଜନୈତିକ ଏଜେଣ୍ଡା ଉପରେ ସର୍ବଦା ନ୍ୟାୟର ବିଜୟ ହେବ।
ଶିବସେନା (ୟୁବିଟି) ନେତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ୍ କରି କହିଛନ୍ତି, “କେବେ ଭୁଲିବେନି। ଗୁଜରାଟ କୋର୍ଟରୁ ଏହି କ୍ଷମା ପ୍ରାର୍ଥନା ଆସିବା ପୂର୍ବରୁ ଭାରତ ଗୃହ ମନ୍ତ୍ରଣାଳୟ ହିଁ ଏହି ନିଷ୍ପତ୍ତିରେ ଏନ୍ଓସି ଦେଇଥିଲା। ନ୍ୟାୟ ପାଇବା ପାଇଁ ବିଲକିସ୍ ବାନୋ ବହୁ ଉଚ୍ଚପଦସ୍ଥ ଓ ପ୍ରଭାବଶାଳୀ ଲୋକଙ୍କ ସହ ଲଢ଼ିଛନ୍ତି । ”
ସୁପ୍ରିମକୋର୍ଟ ସୋମବାର ଗୁଜରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣବଳାତ୍କାର ଏବଂ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। କୋର୍ଟ କହିଥିଲେ ଏଭଳି ନିଷ୍ପତ୍ତି ନେବାକୁ ଗୁଜରାଟ ସରକାରଙ୍କ ଅଧିକାର ନାହିଁ ।
ଗୁଜରାଟ ସରକାର ୧୫ ଅଗଷ୍ଟ ୨୦୨୨ରେ ବିଲକିସ୍ ବାନୋଙ୍କ ବଳାତ୍କାରୀ ଓ ତାଙ୍କ ପରିବାରର ୭ ସଦସ୍ୟଙ୍କ ହତ୍ୟାକାରୀ ମାନଙ୍କୁ ମୁକ୍ତ କରିଦେଇଥିଲେ । ଜେଲରୁ ବାହାରିବା ପରେ ସେମାନଙ୍କୁ ଫୁଲମାଳ ପକାଇ ଓ ମିଠା ଖୁଆଇ ସ୍ବାଗତ କରାଯାଇଥିଲା । ଗୁଜରାଟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚାରିଆଡ଼ୁ ନିନ୍ଦା କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ନିରବ ରହିଥିଲେ ।
Odisha Govt to Set up GMP Lab for Livestock in Berhampur
Next Articleଲାଞ୍ଚ ନେବାବେଳେ ଧରାପଡ଼ିଲେ ଥାନା ବାବୁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
