ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଓଓ୍ବେସିଙ୍କ ଆପତ୍ତି

ହାଇଦ୍ରାବାଦ: ବିଜେପିର ବୟୋଜ୍ୟେଷ୍ଠ ନେତା ଏଲକେ ଆଡଭାନୀଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ନିଷ୍ପତ୍ତିକୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମୀନ୍ (ଏଆଇଏମଆଇଏମ)ର ସଭାପତି ଅସଦୁଦ୍ଦିନ ଓଓ୍ବେସି ବିରୋଧ କରିଛନ୍ତିି । ଏହା ଏକ ଭୁଲ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଡଭାନୀଙ୍କ ‘ରଥ ଯାତ୍ରା’ ଯେଉଁ ଆଡ଼େ ଯାଇଥିଲା ସେହି ସବୁ ଅଞ୍ଚଳରେ ଦଙ୍ଗା ହୋଇଥିଲା। ଏଠାରେ ସାମ୍ବାଦିକମାନଙ୍କୁ ଓଓ୍ବେସି ଦଙ୍ଗା ଜନିତ [...]

Admin•ଫେବୃଆରୀ 4, 2024
Share Article:

ହାଇଦ୍ରାବାଦ: ବିଜେପିର ବୟୋଜ୍ୟେଷ୍ଠ ନେତା ଏଲକେ ଆଡଭାନୀଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ନିଷ୍ପତ୍ତିକୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମୀନ୍ (ଏଆଇଏମଆଇଏମ)ର ସଭାପତି ଅସଦୁଦ୍ଦିନ ଓଓ୍ବେସି ବିରୋଧ କରିଛନ୍ତିି । ଏହା ଏକ ଭୁଲ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଡଭାନୀଙ୍କ ‘ରଥ ଯାତ୍ରା’ ଯେଉଁ ଆଡ଼େ ଯାଇଥିଲା ସେହି ସବୁ ଅଞ୍ଚଳରେ ଦଙ୍ଗା ହୋଇଥିଲା।

ଏଠାରେ ସାମ୍ବାଦିକମାନଙ୍କୁ ଓଓ୍ବେସି ଦଙ୍ଗା ଜନିତ ମୃତ୍ୟୁ ତଥ୍ୟର ଉଦାହରଣ ଦେଇ ସେ କହିଛନ୍ତି, “ଲାଲକୃଷ୍ଣ ଆଡଭାନୀଙ୍କ ରଥ ଯାତ୍ରା ଯେଉଁ ଅଞ୍ଚଳ ଦେଇ ଯାଇଥିଲା ସେଠାରେ ହିନ୍ଦୁ-ମୁସଲମାନ ମଧ୍ୟରେ ଦଙ୍ଗା ହୋଇଥିଲା। ସରକାର ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବା ଦୁର୍ଭାଗ୍ୟଜନକ।

ଓଓ୍ବେସି କହିଛନ୍ତି ଯେ, ପାକିସ୍ତାନ ଗସ୍ତ ସମୟରେ ଆଡଭାନୀ ଦେଶ ବିଭାଜନ ପାଇଁ ଦାୟୀ ଥିବା ଏମ୍ଏ ଜିନ୍ନାଙ୍କୁ ପ୍ରଶଂସା କରିଥିଲେ । ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଏହି ସମ୍ମାନର ଅପମାନ। ଯେତେବେଳେ ସେ ଗୃହମନ୍ତ୍ରୀ ଥିଲେ, ୨୦୦୨ ଦଙ୍ଗା ହୋଇଥିଲା। ତାଙ୍କୁ ଏହା (ଭରତ ରତ୍ନ ଦେବା) ପ୍ରଦାନ କରିବା ଏକ ଭୁଲ୍ ନିଷ୍ପତ୍ତି।

#Odia#Odisha#News
Share Article:

Related Articles