ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଇରାନ ଉପରେ ପାକିସ୍ତାନର ପାଲଟା ଆକ୍ରମଣ

ଇସଲାମାବାଦ: ତିକ୍ତ ହେବାରେ ଲାଗିଛି ପାକିସ୍ତାନ-ଇରାନ ସମ୍ପର୍କ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଇରାନ୍ ମିସାଇଲ୍ ମାଡ଼ କରିବା ପରେ ପାକିସ୍ତାନ ଏହାର ଜବାବ ଦେଇଛି । ଇରାନ ଉପରେ ପାଲଟା ଆକ୍ରମଣ କରିଛି ପାକିସ୍ତାନ । ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୂର୍ବ ଇରାନର ସରୱାନ ସହର ନିକଟରେ ପାକିସ୍ତାନୀ ବାୟୁସେନା ବାଲୁଚ୍ ଆତଙ୍କବାଦୀ ଗୋଷ୍ଠୀର ଆଡ୍ଡା ଉପରେ ଆକ୍ରମଣ କରିଥିବା ଜଣାଯାଇଛି। ପାକିସ୍ତାନୀ ଗଣମାଧ୍ୟମ [...]

Admin•ଜାନୁଆରୀ 18, 2024
Share Article:

ଇସଲାମାବାଦ: ତିକ୍ତ ହେବାରେ ଲାଗିଛି ପାକିସ୍ତାନ-ଇରାନ ସମ୍ପର୍କ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଇରାନ୍ ମିସାଇଲ୍ ମାଡ଼ କରିବା ପରେ ପାକିସ୍ତାନ ଏହାର ଜବାବ ଦେଇଛି । ଇରାନ ଉପରେ ପାଲଟା ଆକ୍ରମଣ କରିଛି ପାକିସ୍ତାନ । ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପୂର୍ବ ଇରାନର ସରୱାନ ସହର ନିକଟରେ ପାକିସ୍ତାନୀ ବାୟୁସେନା ବାଲୁଚ୍ ଆତଙ୍କବାଦୀ ଗୋଷ୍ଠୀର ଆଡ୍ଡା ଉପରେ ଆକ୍ରମଣ କରିଥିବା ଜଣାଯାଇଛି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନରେ ଥିବା ବାଲୁଚ ଲିବରେସନ ଆର୍ମି ଏବଂ ବାଲୁଚ ଲିବରେସନ ଫ୍ରଣ୍ଟକୁ ଟାର୍ଗେଟ୍ କରିଛି ପାକିସ୍ତାନ । ତେବେ ପାକ୍ ଆକ୍ରମଣ ନେଇ ଇରାନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଥିବା ‘ଜୈଶୁଲ ଅଦଲ’ ନାମକ ଆତଙ୍କବାଦୀ ସଂଗଠନ ଆଡ୍ଡା ଉପରେ ଇରାନ ଗତକାଲି ମିସାଇଲ୍ ମାଡ଼ କରିଥିଲା । ଏହି ଆତଙ୍କବାଦୀ ସଂଗଠନ ନିକଟରେ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା ।

ମିସାଇଲ୍ ଆକ୍ରମଣ ନେଇ ଇରାନକୁ ଚେତାବନୀ ଦେଇଥିଲା ପାକିସ୍ତାନ । ପରେ ପାକିସ୍ତାନ ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେବା ସହ ଇରାନ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡ଼ି ଫେରିବାକୁ ନିର୍ଦ୍ଦେଶ ଦେଇଥିଲା ।

#Odia#Odisha#News
Share Article:

Related Articles