ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଏକକାଳୀନ ନିର୍ବାଚନ କମିଟି ଆଜି ରାଷ୍ଟ୍ରପତିଙ୍କୁ ଦେଇପାରେ ରିପୋର୍ଟ

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିବା ସମ୍ଭାବନା ରହିଛି। ଏହି ୧୮,୦୦୦ ପୃଷ୍ଠାର ରିପୋର୍ଟ ଆଠ ଖଣ୍ଡରେ ରହିବ | ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ଦେଶରେ ଏକକାଳୀନ ଲୋକସଭା, ବିଧାନସଭା, ପୌର ଏବଂ ପଞ୍ଚାୟତ ନିର୍ବାଚନ ନେଇ ସମ୍ବିଧାନ ସଂଶୋଧନ ପାଇଁ ମଧ୍ୟ ସୁପାରିସ କରିପାରେ। ସୂଚନାନୁସାରେ, [...]

Admin•ମାର୍ଚ୍ଚ 14, 2024
Share Article:

ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିବା ସମ୍ଭାବନା ରହିଛି। ଏହି ୧୮,୦୦୦ ପୃଷ୍ଠାର ରିପୋର୍ଟ ଆଠ ଖଣ୍ଡରେ ରହିବ | ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ଦେଶରେ ଏକକାଳୀନ ଲୋକସଭା, ବିଧାନସଭା, ପୌର ଏବଂ ପଞ୍ଚାୟତ ନିର୍ବାଚନ ନେଇ ସମ୍ବିଧାନ ସଂଶୋଧନ ପାଇଁ ମଧ୍ୟ ସୁପାରିସ କରିପାରେ।

ସୂଚନାନୁସାରେ, କୋବିନ୍ଦଙ୍କ ନେତୃତ୍ଵାଧୀନ କମିଟି ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ସୁପାରିଶ କରିବ। ବର୍ତ୍ତମାନର ସାମ୍ବିଧାନିକ ଢାଞ୍ଚାକୁ ଧ୍ୟାନରେ ରଖି ଲୋକସଭା, ରାଜ୍ୟ ବିଧାନସଭା, ପୌରସଂସ୍ଥା ଏବଂ ପଞ୍ଚାୟତ ପାଇଁ ଏକକାଳୀନ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସେପ୍ଟେମ୍ବର ୨୦୨୩ରେ ଏହି କମିଟି ଗଠିତ ହୋଇଥିଲା ।

#Odia#Odisha#News
Share Article:

Related Articles