ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିମାନ ବନ୍ଦରରେ ମିଳିଲାନି ହ୍ୱିଲ୍ ଚେୟାର, ଦେଢ଼ କିଲୋମିଟର ଚାଲିବା ପରେ ଟଳି ପଡ଼ିଲେ ବୟସ୍କ ଯାତ୍ରୀ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ହ୍ୱିଲ ଚେୟାର ନ ମିଳିବାରୁ ବିମାନ ଟର୍ମିନାଲରୁ ବିମାନ ବନ୍ଦରକୁ ଦେଢ଼ କିଲୋମିଟର ଚାଲିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଏୟାର ଇଣ୍ଡିଆ ବିମାନରେ ତାଙ୍କ ପତ୍ନୀଙ୍କ ସହ ନ୍ୟୁୟର୍କରୁ ଭାରତ ଆସିଥିଲେ। ଏୟାର ଇଣ୍ଡିଆ ଏହି ଘଟଣା ସମ୍ପର୍କରେ ଶକ୍ରବାର ସୂଚନା ଦେଇଛି। ବୟସ୍କ ଯାତ୍ରୀ ଜଣକ ଇମିଗ୍ରେସନ କାଉଣ୍ଟରରେ ପାସପୋର୍ଟ ଯାଞ୍ଚ ସମୟରେ ଟଳି ପଡ଼ିଥିଲେ । ମୁମ୍ବାଇ ବିମାନ [...]

Admin•ଫେବୃଆରୀ 16, 2024
Share Article:

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ହ୍ୱିଲ ଚେୟାର ନ ମିଳିବାରୁ ବିମାନ ଟର୍ମିନାଲରୁ ବିମାନ ବନ୍ଦରକୁ ଦେଢ଼ କିଲୋମିଟର ଚାଲିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଏୟାର ଇଣ୍ଡିଆ ବିମାନରେ ତାଙ୍କ ପତ୍ନୀଙ୍କ ସହ ନ୍ୟୁୟର୍କରୁ ଭାରତ ଆସିଥିଲେ। ଏୟାର ଇଣ୍ଡିଆ ଏହି ଘଟଣା ସମ୍ପର୍କରେ ଶକ୍ରବାର ସୂଚନା ଦେଇଛି।

ବୟସ୍କ ଯାତ୍ରୀ ଜଣକ ଇମିଗ୍ରେସନ କାଉଣ୍ଟରରେ ପାସପୋର୍ଟ ଯାଞ୍ଚ ସମୟରେ ଟଳି ପଡ଼ିଥିଲେ । ମୁମ୍ବାଇ ବିମାନ ବନ୍ଦରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନାନାବତୀ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଇଛି ।

ଭାରତୀୟ ମୂଳର ଏହି ବୟସ୍କ ଯାତ୍ରୀଙ୍କ ପାଖରେ ଆମେରିକାର ପାସପୋର୍ଟ ଥିଲା। ସେ ତାଙ୍କ ପତ୍ନୀଙ୍କ ସହ ଏୟାର ଇଣ୍ଡିଆ ବିମାନ ଏଆଇ-୧୧୬ର ଇକୋନୋମି କ୍ଲାସରେ ଆସିଥିଲେ | ଏହି ବିମାନ ନ୍ୟୁୟର୍କରୁ ଫେବୃଆରୀ ୧୧ରେ ଉଡ଼ାଣ ଭରିଥିଲ । ଫେବୃଆରୀ ୧୨ରେ ଏହା ମୁମ୍ବାଇରେ ପହଞ୍ଚିଥିଲା ।

ଏହି ଦମ୍ପତି ହ୍ୱିଲ ଚେୟାର ଯାତ୍ରୀ ଭାବେ ଟିକେଟ୍ ବୁକ୍ କରିଥିଲେ। ତେବେ ମୁମ୍ବାଇ ବିମାନ ବନ୍ଦରରେ ହ୍ୱିଲ ଚେୟାର ଅଭାବ ଯୋଗୁଁ ଉଭୟଙ୍କୁ କେବଳ ଗୋଟିଏ ହ୍ୱିଲ ଚେୟାର ମିଳିଥିଲା। ତାଙ୍କ ପତ୍ନୀଙ୍କୁ ଏଥିରେ ବସାଇ ବୃଦ୍ଧ ଜଣକ ନିଜେ ଚାଲି ଚାଲି ଯାଇଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉକ୍ତ ବିମାନରେ ୩୨ ଜଣ ହ୍ୱିଲ ଚେୟାର ଯାତ୍ରୀ ଥିଲେ । ତେବେ ଏହି ବିମାନ ପାଇଁ ବିମାନବନ୍ଦରରେ କେବଳ ୧୫ଟି ହ୍ୱିଲ୍ ଚେୟାର ଉପଲବ୍ଧ ଥିଲା | ଏୟାର ଇଣ୍ଡିଆ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇ କହିଛି ଯେ ହ୍ୱିଲ ଚେୟାରର ଚାହିଦା ଅଧିକ ଥିବାରୁ ସେମାନେ ବୟସ୍କ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କହିଥିଲେ। ତେବେ ସେ ତାଙ୍କ ପତ୍ନୀଙ୍କୁ ଏକ ହ୍ୱିଲ ଚେୟାରରେ ବସାଇ ନିଜେ ଚାଲି ଚାଲି ଯିବାକୁ ଚାହିଁଥିଲେ ।

#Odia#Odisha#News
Share Article:

Related Articles