ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଯୌନ ନିର୍ଯାତନା ମାମଲା: ପ୍ରଜ୍ବଳ ରେଭନ୍ନାଙ୍କୁ ୬ ଦିନିଆ ପୋଲିସ ରିମାଣ୍ଡ

ବେଙ୍ଗାଲୁରୁ: ଯୌନ ନିର୍ଯାତନା ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ଶୁକ୍ରବାର ନିଲମ୍ବିତ ଜେଡିଏସ୍ ନେତା ତଥା ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କୁ ଜୁନ୍ ୬ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ୩୩ ବର୍ଷୀୟ ପ୍ରଜ୍ବଳ ଜର୍ମାନୀର ମ୍ୟୁନିକରୁ ଶୁକ୍ରବାର ସକାଳେ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ହିଁ ଗିରଫ କରିଥିଲା ଏସ୍ଆଇଟି । ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଏବଂ ଏ ସମ୍ପର୍କିତ ଅନେକ ଭିଡ଼ିଓ ସାମ୍ନାକୁ [...]

Admin•ମଇ 31, 2024
Share Article:

ବେଙ୍ଗାଲୁରୁ: ଯୌନ ନିର୍ଯାତନା ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ଶୁକ୍ରବାର ନିଲମ୍ବିତ ଜେଡିଏସ୍ ନେତା ତଥା ସାଂସଦ ପ୍ରଜ୍ବଳ ରେଭନ୍ନାଙ୍କୁ ଜୁନ୍ ୬ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦେଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ୩୩ ବର୍ଷୀୟ ପ୍ରଜ୍ବଳ ଜର୍ମାନୀର ମ୍ୟୁନିକରୁ ଶୁକ୍ରବାର ସକାଳେ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ହିଁ ଗିରଫ କରିଥିଲା ଏସ୍ଆଇଟି ।

ଅନେକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଏବଂ ଏ ସମ୍ପର୍କିତ ଅନେକ ଭିଡ଼ିଓ ସାମ୍ନାକୁ ଆସିବା ପରେ ହାସନ ସାଂସଦ ପ୍ରଜ୍ବଳ ଏପ୍ରିଲ ୨୭ରେ ଜର୍ମାନୀ ପଳାଇଥିଲେ। ପ୍ରଜ୍ବଳଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ତାଙ୍କୁ ପଚରାଉଚରା କରିବ।

ଡାକ୍ତରୀ ପରୀକ୍ଷା ପରେ ଏସ୍ଆଇଟି ପ୍ରଜ୍ବଳଙ୍କୁ କୋର୍ଟରେ ଆଜି ଅପରାହ୍ନରେ ହାଜର କରିଥିଲା । ତାଙ୍କୁ ୭ ଦିନିଆ ପୋଲିସ ହାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

#Odia#Odisha#News
Share Article:

Related Articles