ଗତ ୧୦ ବର୍ଷରେ ଇଡି ଚଢ଼ାଉ ୮୬ ଗୁଣ ବଢ଼ିଛି
ନୂଆଦିଲ୍ଲୀ: ୟୁପିଏର କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚଢ଼ାଉ ୮୬ ଗୁଣ ବଢ଼ିଛି। ଏହାଛଡ଼ା ୨୦୧୪ ପରଠାରୁ ଇଡି ଦ୍ବାରା ଗିରଫ ଓ ସମ୍ପତ୍ତି ଜବତ ହାର ମଧ୍ୟ ପ୍ରାୟ ୨୫ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୫ ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷର ଅବଧି ତୁଳନାରେ ଏପ୍ରିଲ୍ ୨୦୧୪ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଗତ ୧୦ ବର୍ଷରେ ଇଡି [...]
ନୂଆଦିଲ୍ଲୀ: ୟୁପିଏର କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚଢ଼ାଉ ୮୬ ଗୁଣ ବଢ଼ିଛି। ଏହାଛଡ଼ା ୨୦୧୪ ପରଠାରୁ ଇଡି ଦ୍ବାରା ଗିରଫ ଓ ସମ୍ପତ୍ତି ଜବତ ହାର ମଧ୍ୟ ପ୍ରାୟ ୨୫ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୫ ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷର ଅବଧି ତୁଳନାରେ ଏପ୍ରିଲ୍ ୨୦୧୪ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଗତ ୧୦ ବର୍ଷରେ ଇଡି ଆକ୍ସନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣରୁ ଏହି ପରିସଂଖ୍ୟାନ ସାମ୍ନାକୁ ଆସିଛି।
୨୦୦୨ରେ ମନି ଲଣ୍ଡରିଂ ନିରୋଧୀ (ପିଏମ୍ଏଲ୍ଏ) ଆଇନ ଅଣାଯାଇଥିଲା। ଟିକସ ଫାଙ୍କି, କଳା ଟଙ୍କା ଏବଂ ମନି ଲଣ୍ଡରିଂ ଭଳି ଗୁରୁତର ଅପରାଧର ତଦନ୍ତ ପାଇଁ ଜୁଲାଇ ୧, ୨୦୦୫ରୁ ଏହି ଆଇନ ଲାଗୁ କରାଯାଇଥିଲା।
ଗତ ୧୦ ବର୍ଷ ଧରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧୀ ନେତାଙ୍କ ବିରୋଧରେ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ର ସରକାର କହୁଛନ୍ତି ଯେ ଇଡି ଏକ ସ୍ବାଧୀନ ସଂସ୍ଥା। ଏହାର ତଦନ୍ତ ତଥ୍ୟ ଆଧାରିତ । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ସଂସ୍ଥାର ଅଧିକାର ରହିଛି।
ତଥ୍ୟ ମୁତାବକ ପିଏମ୍ଏଲ୍ଏ ଆଇନ ଅଧୀନରେ ଗତ ୧୦ ବର୍ଷରେ ୫,୧୫୫ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ୟୁପିଏ କାର୍ଯ୍ୟକାଳରେ କେବଳ ୧୭୯୭ ଏଫଆଇଆର ରୁଜୁ ହୋଇଥିଲା। ୟୁପିଏ କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ଇଡି ଦ୍ବାରା ରୁଜୁ ମାମଲା ପ୍ରାୟ ତିନି ଗୁଣ ବଢ଼ିଛି।
ସକାଳ ସାଢେ ୮ ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ବା ଅଧିକ
Next Articleବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
