ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

‘ପିଏମ୍ ସେଲଫି ପଏଣ୍ଟ’ ବିବାଦ ପରେ ଆରଟିଆଇ ନିୟମ କଡ଼ାକଡ଼ି କଲା ରେଳବାଇ, ସୂଚନା ପ୍ରଦାନ କରିଥିବା ଅଧିକାରୀଙ୍କ ବି ବଦଳି

ନୂଆଦିଲ୍ଲୀ: ରେଳ ଷ୍ଟେସନ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟ୍ ଆଉଟ୍ ସହ ‘ସେଲଫି ପଏଣ୍ଟ’ ସ୍ଥାପନରେ ହୋଇଥିବା ଖର୍ଚ୍ଚ ନେଇ ବିବାଦ ପରେ ଭାରତୀୟ ରେଳବାଇ ଜୋନାଲ ସ୍ତରରେ ସୂଚନା ଅଧିକାର (ଆରଟିଆଇ) ଆଇନ ଅନୁଯାୟୀ ସୂଚନା ପ୍ରଦାନ ନିୟମକୁ କଡ଼ାକଡ଼ି କରିଛି। ଏହାଛଡ଼ା ଯେଉଁ ଅଧିକାରୀ ଆରଟିଆଇ ଅଧୀନରେ ‘ସେଲଫି ପଏଣ୍ଟ’ ସ୍ଥାପନ ଖର୍ଚ୍ଚ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ, ତାଙ୍କୁ ମଧ୍ୟ ବଦଳି କରିଦିଆଯାଇଛି । ରେଳବାଇର ନୂଆ ନିୟମ ଅନୁଯାୟୀ, ଏଣିକି ଆରଟିଆଇ [...]

Admin•ଜାନୁଆରୀ 5, 2024
Share Article:

ନୂଆଦିଲ୍ଲୀ: ରେଳ ଷ୍ଟେସନ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟ୍ ଆଉଟ୍ ସହ ‘ସେଲଫି ପଏଣ୍ଟ’ ସ୍ଥାପନରେ ହୋଇଥିବା ଖର୍ଚ୍ଚ ନେଇ ବିବାଦ ପରେ ଭାରତୀୟ ରେଳବାଇ ଜୋନାଲ ସ୍ତରରେ ସୂଚନା ଅଧିକାର (ଆରଟିଆଇ) ଆଇନ ଅନୁଯାୟୀ ସୂଚନା ପ୍ରଦାନ ନିୟମକୁ କଡ଼ାକଡ଼ି କରିଛି। ଏହାଛଡ଼ା ଯେଉଁ ଅଧିକାରୀ ଆରଟିଆଇ ଅଧୀନରେ ‘ସେଲଫି ପଏଣ୍ଟ’ ସ୍ଥାପନ ଖର୍ଚ୍ଚ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ, ତାଙ୍କୁ ମଧ୍ୟ ବଦଳି କରିଦିଆଯାଇଛି ।

ରେଳବାଇର ନୂଆ ନିୟମ ଅନୁଯାୟୀ, ଏଣିକି ଆରଟିଆଇ ଅଧୀନରେ ସୂଚନା ପ୍ରଦାନ ପୂର୍ବରୁ ଜୋନାଲ ସ୍ତରୀୟ ମହାପ୍ରବନ୍ଧକ କିମ୍ବା ବିଭାଗୀୟ ରେଳ ପ୍ରବନ୍ଧକଙ୍କ ଅନୁମୋଦନ ଜରୁରୀ।

ଉଲ୍ଲେଖଯୋଗ୍ୟ, ନିକଟରେ ଷ୍ଟେସନ ଗୁଡ଼ିକରେ ପ୍ରଧାନମନ୍ତ୍ରୀ “ସେଲଫି ପଏଣ୍ଟ’ ସମ୍ପର୍କରେ ଏକ ଆରଟିଆଇ ଖୁଲାସା ପରେ ବିବାଦ ସୃଷ୍ଟି ହୋଇଥିଲା। ଏକ ଆରଟିଆଇ ସୂଚନା ମୁତାବକ, ରେଳ ଷ୍ଟେସନ ଗୁଡ଼ିକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ନିର୍ମିତ ପ୍ରତି ସ୍ଥାୟୀ ସେଲଫି ବୁଥ୍ ପିଛା ୬.୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ପ୍ରତି ଅସ୍ଥାୟୀ ସେଲଫି ବୁଥ୍ ପାଇଁ ୧.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏକ ଆରଟିଆଇ ଆବେଦନ ଜବାବରେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଥିଲା।

ଆରଟିଆଇ ଅଧୀନରେ ଏହି ସୂଚନା ପ୍ରଦାନ କରିଥିବା କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ଶିବାଜୀ ମାନସପୁରଙ୍କୁ ମଧ୍ୟ ବଦଳି କରିଦିଆଯାଇଛି । ମାତ୍ର ୬ ମାସ ତଳେ ତାଙ୍କର ଏଠାରେ ପୋଷ୍ଟିଂ ହୋଇଥିଲା ‌। ସାଧାରଣତଃ ଏହି ପଦରେ ସମ୍ପୃକ୍ତ ଅଧିକାରୀ ଦୁଇ ବର୍ଷ ପାଇଁ ନିଯୁକ୍ତ ହୋଇଥାନ୍ତି ।

ରେଳ ଷ୍ଟେସନ ଗୁଡ଼ିକରେ ‘ପ୍ରଧାନମନ୍ତ୍ରୀ ସେଲଫି ପଏଣ୍ଟ’ ସ୍ଥାପନ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲା । ଏହା କରଦାତାଙ୍କ ଅର୍ଥର ଅପବ୍ୟୟ ବୋଲି କହିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ।

#Odia#Odisha#News
Share Article:

Related Articles