ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା, ନୂଆ ଗ୍ରାହକ ଯୋଡ଼ିବାକୁ ବାରଣ କଲା ଆରବିଆଇ

ରିଜର୍ଭ ବ୍ୟାଙ୍କ ବୁଧବାର କୋଟକ୍ ମହିନ୍ଦ୍ରା ବ୍ୟାଙ୍କକୁ ନୂଆ କ୍ରେଡିଟ କାର୍ଡ ଜାରି କରିବାକୁ ବାରଣ କରିଛି। ଏହାଛଡ଼ା ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ନୂଆ ଗ୍ରାହକ ଯୋଡିବା ପାଇଁ ମଧ୍ୟ ଏହି ଘରୋଇ ବ୍ୟାଙ୍କ ଉପରେ କଟକଣା ଲାଗିଛି। କୋଟକ୍ ବ୍ୟାଙ୍କ ଉପରେ ଏହି କଟକଣା ଲଗାଇବା କାରଣ ବର୍ଣ୍ଣନା କରି ଆରବିଆଇ କହିଛି ଯେ ୨୦୨୨ ରୁ ୨୦୨୩ ମଧ୍ୟରେ ଏହି ବ୍ୟାଙ୍କ ପର୍ଯ୍ୟାପ୍ତ ଆଇଟି ଭିତ୍ତିଭୂମି ତିଆରି କରିନାହିଁ । ବ୍ୟାଙ୍କ [...]

Admin•ଅପ୍ରେଲ 24, 2024
Share Article:

ରିଜର୍ଭ ବ୍ୟାଙ୍କ ବୁଧବାର କୋଟକ୍ ମହିନ୍ଦ୍ରା ବ୍ୟାଙ୍କକୁ ନୂଆ କ୍ରେଡିଟ କାର୍ଡ ଜାରି କରିବାକୁ ବାରଣ କରିଛି। ଏହାଛଡ଼ା ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ନୂଆ ଗ୍ରାହକ ଯୋଡିବା ପାଇଁ ମଧ୍ୟ ଏହି ଘରୋଇ ବ୍ୟାଙ୍କ ଉପରେ କଟକଣା ଲାଗିଛି।

କୋଟକ୍ ବ୍ୟାଙ୍କ ଉପରେ ଏହି କଟକଣା ଲଗାଇବା କାରଣ ବର୍ଣ୍ଣନା କରି ଆରବିଆଇ କହିଛି ଯେ ୨୦୨୨ ରୁ ୨୦୨୩ ମଧ୍ୟରେ ଏହି ବ୍ୟାଙ୍କ ପର୍ଯ୍ୟାପ୍ତ ଆଇଟି ଭିତ୍ତିଭୂମି ତିଆରି କରିନାହିଁ । ବ୍ୟାଙ୍କ ଏହି ଅଭାବ ଦୂର କରିବାରେ ଲଗାତାର ବିଫଳ ହୋଇଛି।

ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ୧୯୪୯ର ଧାରା ୩୫-ଏ ଅନୁଯାୟୀ ଏହାର କ୍ଷମତା ବ୍ୟବହାର କରି ଆରବିଆଇ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି। ତେବେ କୋଟକ୍ ବ୍ୟାଙ୍କର ପୁରୁଣା ଗ୍ରାହକମାନେ ପୂର୍ବ ଭଳି ସବୁ ସେବା ପାଇବେ।

#Odia#Odisha#News
Share Article:

Related Articles