ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଖୁବ୍ ଶୀଘ୍ର ୟୁପିଆଇ ଜରିଆରେ ଟଙ୍କା ଜମା କରିବା ସୁବିଧା ମିଳିବ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଜରିଆରେ ନଗଦ ଟଙ୍କା ଜମା କରିବାକୁ ସୁବିଧା ଉପଲବ୍ଧ କରାଇବ। ଏହା ସହିତ ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) କାର୍ଡ ଧାରକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି ତୃତୀୟ ପକ୍ଷ ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିବାକୁ ମଧ୍ୟ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ଏଟିଏମରେ ୟୁପିଆଇ ବ୍ୟବହାର କରି କାର୍ଡ ରହିତ ଟଙ୍କା ଉଠାଇବା ଦୃଷ୍ଟିରୁ ବର୍ତ୍ତମାନ ୟୁପିଆଇ ବ୍ୟବହାର କରି ନଗଦ [...]

Admin•ଅପ୍ରେଲ 5, 2024
Share Article:

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଜରିଆରେ ନଗଦ ଟଙ୍କା ଜମା କରିବାକୁ ସୁବିଧା ଉପଲବ୍ଧ କରାଇବ। ଏହା ସହିତ ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) କାର୍ଡ ଧାରକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି ତୃତୀୟ ପକ୍ଷ ୟୁପିଆଇ ଆପ୍ ମାଧ୍ୟମରେ ପେମେଣ୍ଟ କରିବାକୁ ମଧ୍ୟ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି ।

ଏଟିଏମରେ ୟୁପିଆଇ ବ୍ୟବହାର କରି କାର୍ଡ ରହିତ ଟଙ୍କା ଉଠାଇବା ଦୃଷ୍ଟିରୁ ବର୍ତ୍ତମାନ ୟୁପିଆଇ ବ୍ୟବହାର କରି ନଗଦ କ୍ୟାସ୍ ଡିପୋଜିଟ ମେସିନ୍ (ସିଡିଏମ୍)ରେ ଟଙ୍କା ଜମା କରିବା ସୁବିଧା ମଧ୍ୟ ଯୋଗାଇବାକୁ ପ୍ରସ୍ତାବ ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏହି ସୂଚନା ଦେଇଛନ୍ତି।

ସମ୍ପ୍ରତି କ୍ୟାସ୍ ଡିପୋଜିଟ ମେସିନରେ ଟଙ୍କା ଜମା କରିବା ପାଇଁ ଡେବିଟ୍ କାର୍ଡର ବ୍ୟବହାର କରାଯାଉଛି। ତେବେ ୟୁପିଆଇ ମାଧ୍ୟମରେ ଟଙ୍କା ଜମା ପଦକ୍ଷେପ ଗ୍ରାହକଙ୍କ ଅଭିଜ୍ଞତାକୁ ଆହୁରି ସୁଗମ କରିବା ସହ ବ୍ୟାଙ୍କଗୁଡିକରେ ମୁଦ୍ରା ପରିଚାଳନା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବ ବୋଲି ଦାଶ କହିଛନ୍ତି।

ଆରବିଆଇ କହିଛି ଯେ, ନଗଦ ଜମା ମେସିନର ବ୍ୟବହାର ଗ୍ରାହକଙ୍କ ସୁବିଧା ବଢ଼ାଇଥିବା ବେଳେ ଏହା ବ୍ୟାଙ୍କ‌ମାନଙ୍କ ଉପରେ ନଗଦ ଜମା କରିବା ଚାପକୁ ମଧ୍ୟ ହ୍ରାସ କରିଛି। ବର୍ତ୍ତମାନ ୟୁପିଆଇର ଲୋକପ୍ରିୟତା ଏବଂ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କାର୍ଡ ରହିତ ନଗଦ ଜମା କରିବାର ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି |

ଏହାଛଡ଼ା, ପିପିଆଇ (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) ୱାଲେଟରୁ ୟୁପିଆଇ ପେମେଣ୍ଟ କରିବାକୁ ତୃତୀୟ ପକ୍ଷ ୟୁପିଆଇ ଆପ୍ ବ୍ୟବହାରକୁ ଅନୁମତି ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି |

ସମ୍ପ୍ରତି ପିପିଆଇ ମାଧ୍ୟମରେ ୟୁପିଆଇ ପେମେଣ୍ଟ କେବଳ ପିପିଆଇ କାର୍ଡ ଜାରି କରିଥିବା ସଂସ୍ଥା ତରଫରୁ ଦିଆଯାଇଥିବା ୱେବସାଇଟ୍ କିମ୍ବା ମୋବାଇଲ୍ ଆପରେ ହେଉଛି । ଆରବିଆଇ ଏନେଇ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବ।

#Odia#Odisha#News
Share Article:

Related Articles