ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଓ୍ବିଲ ଜ୍ୟାକ୍ସଙ୍କ ଛକା ବର୍ଷାରେ ଡୁବିଲା ଗୁଜରାଟ, ଆରସିବିର କ୍ରମାଗତ ଦ୍ବିତୀୟ ବିଜୟ

ଅହମ୍ମଦାବାଦ: ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ହରାଇଛି। ଚଳିତ ସିଜନରେ ଆରସିବିର ଏହା କ୍ରମାଗତ ଦ୍ବିତୀୟ ବିଜୟ। ଏହି ବିଜୟ ସହିତ ବେଙ୍ଗାଲୁରୁ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି। ଟାଇଟନ୍ସ ଦେଇଥିବା ୨୦୧ ରନର ବିଜୟଲକ୍ଷ୍ୟକୁ ଏହି ଆରସିବି ମାତ୍ର ୧୬ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ [...]

Admin•ଅପ୍ରେଲ 28, 2024
Share Article:

ଅହମ୍ମଦାବାଦ: ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ହରାଇଛି। ଚଳିତ ସିଜନରେ ଆରସିବିର ଏହା କ୍ରମାଗତ ଦ୍ବିତୀୟ ବିଜୟ। ଏହି ବିଜୟ ସହିତ ବେଙ୍ଗାଲୁରୁ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି। ଟାଇଟନ୍ସ ଦେଇଥିବା ୨୦୧ ରନର ବିଜୟଲକ୍ଷ୍ୟକୁ ଏହି ଆରସିବି ମାତ୍ର ୧୬ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ କରିନେଇଥିଲା। ଏହା ଆଇପିଏଲ ଇତିହାସରେ ସବୁଠାରୁ କମ୍ ଓଭରରେ ୨୦୦ ରୁ ଅଧିକ ରନର ଟାର୍ଗେଟର ଚେଜ୍ କରିବାରେ ରେକର୍ଡ ।

ଆରସିବି ପକ୍ଷରୁ ୱିଲ ଜ୍ୟାକ୍ସ ଛକା ବର୍ଷା କରିଥିଲେ ଇଂଲଣ୍ଡର ଏହି ଯୁବ ବ୍ୟାଟର ମାତ୍ର ୪୧ ବଲରେ ଅପରାଜିତ ୧୦୦ ରନ କରିଥିଲେ । ଏହି ବିସ୍ଫୋରକ ଇନିଂସ୍ ଅବସରରେ ଜ୍ୟାକ୍ସ ୧୦ଟି ଛକା ଓ ୫ଟି ଚୌକା ମାରିଥିଲେ। ବିରାଟ କୋହଲି ମଧ୍ୟ ନିଜ ଫର୍ମ ଜାରି ରଖି ୪୪ ବଲରେ ଅପରାଜିତ ୭୦ ରନ୍ କରିଥିଲେ। ଉଭୟ ୭୪ ବଲରେ ୧୬୬ ରନର ଭାଗିଦାରୀ କରିଥିଲେ ।

ଏହା ପୂର୍ବରୁ ଆରସିବି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଗୁଜରାଟ ୨୦ ଓଭରରେ ୩ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ୮୪ ରନର ଅପରାଜିତ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହାରୁଖ ଖାନ (୫୮ ରନ୍) ଅର୍ଦ୍ଧଶତକ ହାସଲ କରିଥିଲେ। ଡେଭିଡ ମିଲର ୨୬ ରନ୍ କରିଥିଲେ। ଆରସିବି ପାଇଁ ମହମ୍ମଦ ସିରାଜ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ସ୍ବପ୍ନିଳ ସିଂ ୧-୧ ୱିକେଟ୍ ପାଇଥିଲେ।

#Odia#Odisha#News
Share Article:

Related Articles