ଆଜିଠୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଟକଣା ଲାଗୁ, କ’ଣ ଚାଲୁ ରହିବ କ’ଣ ନାହିଁ ଜାଣନ୍ତୁ
ନୂଆଦିଲ୍ଲୀ: ଆରବିଆଇ ଗାଇଡଲାଇନ ଅନୁଯାୟୀ, ଆଜି ଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲାଗିବ । ପେଟିଏମ୍ ଓ୍ବାଲେଟରେ ଆପଣ ଟଙ୍କା ଜମା କରିପାରିବେ ନାହିଁ । ଏହାଛଡା ଆପଣ ଯଦି ପେଟିଏମ୍ ର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ଆଣିବାକୁ ପଡ଼ିବ। ଏହା ନ କଲେ ଆପଣଙ୍କୁ ଦୁଇଗୁଣ ଟୋଲ୍ ଦେବାକୁ ପଡ଼ିପାରେ । ଯଦି ଆପଣଙ୍କର ପେଟିଏମ୍ ୱାଲେଟରେ ଟଙ୍କା [...]
ନୂଆଦିଲ୍ଲୀ: ଆରବିଆଇ ଗାଇଡଲାଇନ ଅନୁଯାୟୀ, ଆଜି ଠାରୁ ଅର୍ଥାତ୍ ମାର୍ଚ୍ଚ ୧୬ରୁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ବିଭିନ୍ନ କଟକଣା ଲାଗିବ । ପେଟିଏମ୍ ଓ୍ବାଲେଟରେ ଆପଣ ଟଙ୍କା ଜମା କରିପାରିବେ ନାହିଁ । ଏହାଛଡା ଆପଣ ଯଦି ପେଟିଏମ୍ ର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅନ୍ୟ ବ୍ୟାଙ୍କରୁ ନୂଆ ଫାଷ୍ଟଟ୍ୟାଗ୍ ଆଣିବାକୁ ପଡ଼ିବ। ଏହା ନ କଲେ ଆପଣଙ୍କୁ ଦୁଇଗୁଣ ଟୋଲ୍ ଦେବାକୁ ପଡ଼ିପାରେ ।
ଯଦି ଆପଣଙ୍କର ପେଟିଏମ୍ ୱାଲେଟରେ ଟଙ୍କା ଅଛି, ତେବେ ତାହା ଆପଣ ଫାଷ୍ଟଟ୍ୟାଗ୍ ଜରିଆରେ ଟୋଲ୍ ପେମେଣ୍ଟ ପାଇଁ ବ୍ୟବହାର କରିପାରିବେ | ଭାରତରେ ପେଟିଏମର ସର୍ବାଧିକ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ ଅଛନ୍ତି।
ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ଜଣେ ଗ୍ରାହକଙ୍କ ପେଟିଏମ୍ ୱାଲେଟରେ ଟଙ୍କା ଅଛି, ତେବେ ସେ ମାର୍ଚ୍ଚ ୧୫ ପରେ ମଧ୍ୟ ଏହା ଜରିଆରେ ପେମେଣ୍ଟ୍ କରିପାରିବେ | ଗ୍ରାହକ ଚାହିଁଲେ ପେଟିଏମ୍ ୱାଲେଟରୁ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ରାନ୍ସଫର କରିପାରିବେ।
ପେଟିଏମ୍ ୱାଲେଟ୍ ସୁବିଧା ବନ୍ଦ ହେବା ଦ୍ବାରା ଏହାର ୟୁପିଆଇ ସେବା କିନ୍ତୁ ପ୍ରଭାବିତ ହେବ ନାହିଁ । ପେଟିଏମ୍ ୟୁପିଆଇ ସେବା ପୂର୍ବ ପରି କାମ କରିବ । ସାଉଣ୍ଡ ବକ୍ସ ସୁବିଧା ମଧ୍ୟ ଉପଲବ୍ଧ ହେବ | ଏହାଛଡ଼ା ଟିକେଟ୍ ବୁକିଂ, ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ପେଟିଏମ୍ ମାଧ୍ୟମରେ ଉପଲବ୍ଧ ହେବ।
ନିୟମ ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ଫେବୃଆରୀ ୨୯ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ବନ୍ଦ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାନୁଆରୀ ୩୧ରେ ନିର୍ଦ୍ଦେଶ ଜାରି କରିଥିଲା। ପରେ ଏହି ସମୟସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
I Express My Gratitude to The People of Odisha for Repeatedly Reposing Their Faith: CM Naveen At Cabinet Meeting
Next ArticleOdisha Cabinet Approves Construction of Brahmankanda- Sahukheta Bridge over Mahanadi
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
