ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବଢୁଛି ମହଙ୍ଗା ବୋଝ, ଖୁଚୁରା ମୁଦ୍ରାସ୍ଫୀତି ଚାରି ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତିର ଊର୍ଦ୍ଧ୍ବଗତି ଧାରା ଜାରି ରହିଛି। ପନିପରିବା, ଡାଲି ଏବଂ ମସଲା ଆଦି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଚାରି ମାସରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ସର୍ବାଧିକ ସ୍ତର। ନଭେମ୍ବର ୨୦୨୩ରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୫.୫୫ ପ୍ରତିଶତ ଏବଂ ଡିସେମ୍ବର ୨୦୨୨ରେ ୫.୭୨ ପ୍ରତିଶତ ଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ତଥ୍ୟ ଅନୁଯାୟୀ, ଖାଦ୍ୟ [...]

Admin•ଜାନୁଆରୀ 12, 2024
Share Article:

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତିର ଊର୍ଦ୍ଧ୍ବଗତି ଧାରା ଜାରି ରହିଛି। ପନିପରିବା, ଡାଲି ଏବଂ ମସଲା ଆଦି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଚାରି ମାସରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ସର୍ବାଧିକ ସ୍ତର।

ନଭେମ୍ବର ୨୦୨୩ରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୫.୫୫ ପ୍ରତିଶତ ଏବଂ ଡିସେମ୍ବର ୨୦୨୨ରେ ୫.୭୨ ପ୍ରତିଶତ ଥିଲା।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବର ୨୦୨୩ରେ ବୃଦ୍ଧି ପାଇ ୯.୫୩ ପ୍ରତିଶତ ହୋଇଯାଇଛି । ପୂର୍ବ ମାସରେ ଏହା ୮.୭ ପ୍ରତିଶତ ଏବଂ ଏକ ବର୍ଷ ପୂର୍ବେ ସମାନ ମାସରେ ୪.୯ ପ୍ରତିଶତ ବୃଦ୍ଧି ପାଇଥିଲା ।

ଏହାପୂର୍ବରୁ ଗତ ବର୍ଷ ଅଗଷ୍ଟରେ ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତରେ ପହଞ୍ଚିଥିଲା।

ସଦ୍ୟତମ ତଥ୍ୟ ଅନୁଯାୟୀ, ବାର୍ଷିକ ଭିତ୍ତିରେ ଡିସେମ୍ବରରେ ପନିପରିବା ମୁଦ୍ରାସ୍ଫୀତି ୨୭.୬୪ ପ୍ରତିଶତ ରହିଥିଲା। ଏହା ପରେ ଡାଲି ଏବଂ ମସଲା ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ଯଥାକ୍ରମେ ୨୦.୭୩ ଏବଂ ୧୯.୬୯ ପ୍ରତିଶତ ଥିଲା।

ତେବେ ଏହି ସମୟ ମଧ୍ୟରେ ତୈଳ ଏବଂ ଚର୍ବି ଜାତୀୟ ମୂଲ୍ୟରେ ୧୪.୯୬ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles