ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କପଡ଼ା ଦୋକାନରେ ନିଆଁ ଲାଗି ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଔରଙ୍ଗାବାଦର ସମ୍ଭାଜିନଗର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକ କପଡ଼ା ଦୋକାନରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଶ୍ୱାସରୁଦ୍ଧ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ଔରଙ୍ଗାବାଦ ପୋଲିସ କମିଶନର ମନୋଜ ଲୋହିଆ ଗଣମାଧ୍ୟମକୁ କହିଛନ୍ତି, ଛତ୍ରପତି ସମ୍ୱଜିନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକା କପଡ଼ା ଦୋକାନରେ ଆଜି ଭୋର ୪ଟାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ଦ୍ବିତୀୟ ମହଲାକୁ ନିଆଁ ବ୍ୟାପିନଥିଲେ [...]

Admin•ଅପ୍ରେଲ 3, 2024
Share Article:

ମୁମ୍ବାଇ: ମହାରାଷ୍ଟ୍ର ଔରଙ୍ଗାବାଦର ସମ୍ଭାଜିନଗର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକ କପଡ଼ା ଦୋକାନରେ ନିଆଁ ଲାଗି ଗୋଟିଏ ପରିବାରର ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଶ୍ୱାସରୁଦ୍ଧ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।

ଔରଙ୍ଗାବାଦ ପୋଲିସ କମିଶନର ମନୋଜ ଲୋହିଆ ଗଣମାଧ୍ୟମକୁ କହିଛନ୍ତି, ଛତ୍ରପତି ସମ୍ୱଜିନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକା କପଡ଼ା ଦୋକାନରେ ଆଜି ଭୋର ୪ଟାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ଦ୍ବିତୀୟ ମହଲାକୁ ନିଆଁ ବ୍ୟାପିନଥିଲେ ମଧ୍ୟ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି।

#Odia#Odisha#News
Share Article:

Related Articles