ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରୁ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧୀ

ଜୟପୁର: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବୁଧବାର ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ଭବନରେ ସୋନିଆଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା, ବିରୋଧୀ ଦଳ ନେତା ଟିକାରାମ ଜୁଲି ଉପସ୍ଥିତ ଥିଲେ। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସୋନିଆ ଗାନ୍ଧୀ ବିଧାନସଭାର ବିରୋଧୀ [...]

Admin•ଫେବୃଆରୀ 14, 2024
Share Article:

ଜୟପୁର: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ବୁଧବାର ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ଭବନରେ ସୋନିଆଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା, ବିରୋଧୀ ଦଳ ନେତା ଟିକାରାମ ଜୁଲି ଉପସ୍ଥିତ ଥିଲେ।

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସୋନିଆ ଗାନ୍ଧୀ ବିଧାନସଭାର ବିରୋଧୀ ଲବିରେ ଦଳୀୟ ବିଧାୟକ ମାନଙ୍କୁ ଭେଟିଥିଲେ।

ରାଜସ୍ଥାନର ତିନି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏରେ କଂଗ୍ରେସ ସହଜରେ ଜିତିବା ସମ୍ଭାବନା ରହିଛି। ଏପ୍ରିଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୬ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଏହି ଆସନ ଖାଲି ପଡ଼ିବ।

ଲୋକସଭା ସାଂସଦ ଭାବେ ପାଞ୍ଚଟି କାର୍ଯ୍ୟକାଳ ପୂରଣ କରିବା ପରେ ସୋନିଆ ଗାନ୍ଧୀ ପ୍ରଥମ ଥର ରାଜ୍ୟସଭା
ଯିବେ । ଏହି ୭୭ ବର୍ଷୀୟା କଂଗ୍ରେସ ନେତ୍ରୀ ସମ୍ପ୍ରତି ଉତ୍ତର ପ୍ରଦେଶର ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି। ସେ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ୧୯୯୯ରେ କଂଗ୍ରେସ ସଭାପତି ପଦ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଏକ ପୋଷ୍ଟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, ‘ଆଜି ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସୋନିଆ ଗାନ୍ଧିଙ୍କ ନାମାଙ୍କନ ସମଗ୍ର ରାଜ୍ୟ ପାଇଁ ଖୁସିର ବିଷୟ । ଏଥିସହ ପୁରୁଣା ସ୍ମୃତି ତାଜା ହୋଇଯାଇଛି ।

୧୫ଟି ରାଜ୍ୟର ମୋଟ ୫୬ଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେଉଛି । ଫେବୃଆରୀ ୨୭ରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୧୫ ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ଗାନ୍ଧୀ ପରିବାରର ଦ୍ୱିତୀୟ ସଦସ୍ୟ ଭାବ ରାଜ୍ୟସଭା ଯିବେ ସୋନିଆ ଗାନ୍ଧୀ । ଇନ୍ଦିରା ଗାନ୍ଧୀ ଅଗଷ୍ଟ ୧୯୭୪ ରୁ ଫେବୃଆରୀ ୧୯୬୭ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ।

ସୋନିଆ ଗାନ୍ଧୀ ୨୦୧୯ରେ ଘୋଷଣା କରିଥିଲେ ଯେ ଏହା ତାଙ୍କ ଶେଷ ଲୋକସଭା ନିର୍ବାଚନ ହେବ। ସୋନିଆ ଏଥର ସାଧାରଣ ନିର୍ବାଚନ ନ ଲଢ଼ିଲେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

ସୋନିଆ ଗାନ୍ଧୀ ତେଲେଙ୍ଗାନା କିମ୍ବା କର୍ଣ୍ଣାଟକ ଭଳି ଦକ୍ଷିଣ ରାଜ୍ୟ ପରିବର୍ତ୍ତେ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନରେ ତିନୋଟି ଆସନ ମଧ୍ୟରୁ ଦଳ ଗୋଟିକରେ ସହଜରେ ଜିତିବି ସ୍ଥିତିରେ ଅଛି।

#Odia#Odisha#News
Share Article:

Related Articles