ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁଣି ବିଜେପିରେ ଯୋଗ ଦେଲେ ସୌନ୍ଦରରାଜନ

ଚେନ୍ନାଇ: ତେଲେଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ତାମିଲିସାଇ ସୌନ୍ଦରରାଜନ ପୁଣି ବିଜେପିରେ ଯୋଗ ଦେଇଛନ୍ତି । ବୁଧବାର ସେ ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି । ରାଜ୍ୟପାଳ ପଦ ଛାଡ଼ି ବିଜେପିରେ ଯୋଗଦେବା ପରେ ସୌନ୍ଦରରାଜନଙ୍କୁ ବାମ ଦଳ ଓ ଡିଏମକେ ସମାଲୋଚନା କରିଛନ୍ତି । ଏନେଇ ଅନ୍ନାମଲାଇ କହିଛନ୍ତି, ଉଚ୍ଚ ପଦରେ ଥିବା କୌଣସି [...]

Admin•ମାର୍ଚ୍ଚ 20, 2024
Share Article:

ଚେନ୍ନାଇ: ତେଲେଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ତାମିଲିସାଇ ସୌନ୍ଦରରାଜନ ପୁଣି ବିଜେପିରେ ଯୋଗ ଦେଇଛନ୍ତି । ବୁଧବାର ସେ ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି ।

ରାଜ୍ୟପାଳ ପଦ ଛାଡ଼ି ବିଜେପିରେ ଯୋଗଦେବା ପରେ ସୌନ୍ଦରରାଜନଙ୍କୁ ବାମ ଦଳ ଓ ଡିଏମକେ ସମାଲୋଚନା କରିଛନ୍ତି । ଏନେଇ ଅନ୍ନାମଲାଇ କହିଛନ୍ତି, ଉଚ୍ଚ ପଦରେ ଥିବା କୌଣସି ବ୍ୟକ୍ତି ପଦ ଛାଡ଼ି ପୁଣି ସାଧାରଣ ନାଗରିକ ଭାବେ ଲୋକଙ୍କ ସେବା ଆରମ୍ଭ କରିବା କେବଳ ବିଜେପିରେ ହିଁ ସମ୍ଭବ।

ସେ କହିଛନ୍ତି, ବିଜେପି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳରେ ଜଣେ ବ୍ୟକ୍ତି ଉଚ୍ଚ ପଦ ଛାଡ଼ିପାରିବେ ନାହିଁ । କାରଣ ସେମାନଙ୍କ ପାଇଁ ରାଜନୀତି କେବଳ ଉଚ୍ଚ ପଦବୀ ହାସଲ କରିବାର ଏକ ମାଧ୍ୟମ।

ଅନ୍ନାମଲାଇ କହିଛନ୍ତି, ସୌନ୍ଦରରାଜନ ରାଜ୍ୟପାଳ ଭାବେ ବହୁତ ଭଲ କାମ କରିଥିଲେ । ଏହି ପଦ ଛାଡ଼ି ରାଜନୀତିକୁ ଫେରିବା ଲୋକମାନଙ୍କ ପ୍ରତି ତାଙ୍କର ଭଲପାଇବାକୁ ସୂଚାଉଛି।

ସୌନ୍ଦରରାଜନ ୨୦୧୯ରେ ବିଜେପିରୁ ଇସ୍ତଫା ଦେଇ ତେଲେଙ୍ଗାନାର ରାଜ୍ୟପାଳ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କୁ ୨୦୨୧ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା । ୬୦ ବର୍ଷୀୟା ସୌନ୍ଦରରାଜନ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ । ଦୁଇ ଦଶକ ତଳେ ସେ ବିଜେପିରେ ଯୋଗ ଦେଇଥିଲେ।

#Odia#Odisha#News
Share Article:

Related Articles