ଆଇପିଏଲ ଇତିହାସରେ ସର୍ବୋଚ୍ଚ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ୨୭୭ ରନ୍
ହାଇଦ୍ରାବାଦ: ଆଇପିଏଲର ଅଷ୍ଟମ ମ୍ୟାଚରେ ଛକା ବର୍ଷା କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ଓ୍ବିକେଟରେ ୨୭୭ ରନର ବିଶାଳ ସ୍କୋର କରିଛି | ଆଇପିଏଲ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ଟିମ୍ ସ୍କୋର । ଏଥିସହ ହାଇଦ୍ରାବାଦ ୧୩ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବ ରେକର୍ଡ ଆରସିବି ନାମରେ ଥିଲା | ଆରସିବି ୨୦୧୩ ସିଜନରେ ପୁଣେ ୱାରିୟର୍ସ [...]
ହାଇଦ୍ରାବାଦ: ଆଇପିଏଲର ଅଷ୍ଟମ ମ୍ୟାଚରେ ଛକା ବର୍ଷା କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୩ ଓ୍ବିକେଟରେ ୨୭୭ ରନର ବିଶାଳ ସ୍କୋର କରିଛି | ଆଇପିଏଲ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ଟିମ୍ ସ୍କୋର । ଏଥିସହ ହାଇଦ୍ରାବାଦ ୧୩ ବର୍ଷର ରେକର୍ଡ ଭାଙ୍ଗିଛି । ପୂର୍ବ ରେକର୍ଡ ଆରସିବି ନାମରେ ଥିଲା | ଆରସିବି ୨୦୧୩ ସିଜନରେ ପୁଣେ ୱାରିୟର୍ସ ବିପକ୍ଷରେ ୨୬୩ ରନ୍ କରିଥିଲା
ମୁମ୍ବାଇ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ହେଲେ ପାଣ୍ଡ୍ୟାଙ୍କ ଏହି ନିଷ୍ପତ୍ତି ତାଙ୍କ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ହାଇଦ୍ରାବାଦ ତରଫରୁ ଅଭିଷେକ ଶର୍ମା ୭ ଛକା ଓ ୩ ଚଉକା ସହାୟତାରେ ୨୩ ବଲରେ ୬୩ ରନ୍ କରିଥିବା ବେଳେ ଟ୍ରାଭିଡ୍ ହେଡ୍ ୨୪ ବଲରେ ୬୨ କରିଥିଲେ । ହେଡଙ୍କ ଇନିଂସରେ ୯ଟି ଚଉକା ଓ ୩ଟି ଛକା ସାମିଲ ଥିଲା । ଏ ଦୁହେଁ ଦଳକୁ ମଜଭୁତ ପ୍ଲାଟଫର୍ମ ଦେଇଥିଲେ । ଏହାପରେ ହାଇନରିଚ୍ କ୍ଲାସେନ୍ ଓ ଆଡେନ ମାର୍କ୍ରାମ ଦଳକୁ ରେକର୍ଡ ସ୍କୋର୍ ଆଡ଼କୁ ନେଇଥିଲେ। କ୍ଲାସେନ୍ ୩୪ ବଲରେ ୪ଟି ଚଉକା ଓ ୪ଟି ଛକା ସହ ଅପରାଜିତ ୮୦ ରନ୍ କରିଥିବା ବେଳେ ମାର୍କ୍ରାମ ୨୮ ବଲରେ ୨ଟି ଚଉକା ଓ ଗୋଟିଏ ଛକା ସହ ୪୨ ରନ୍ କରି ନଟ୍ ଆଉଟ୍ ରହିଥିଲେ ।
Elections 2024: Coordination Meeting of State Level Enforcement Committee Held
Next Articleରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ଵୟ ବୈଠକ : ଯାଞ୍ଚ ଓ ଚଢାଉକୁ କଡାକଡି କରିବା ଉପରେ ଗୁରୁତ୍ବ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
