ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଏସବିଆଇକୁ ପୁଣି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ମାର୍ଚ୍ଚ ୨୧ ସୁଦ୍ଧା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିନଥିବାରୁ ସୁପ୍ରିମକୋର୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଭର୍ତ୍ସନା କରିଛନ୍ତି । ବଣ୍ଡ୍ ତଥ୍ୟ ପ୍ରକାଶ କରିବାରେ ଏସବିଆଇ ଚୟନାତ୍ମକ ଆଭିମୁଖ୍ୟ ଗ୍ରହଣୀୟ ନୁହେଁ । ନିର୍ବାଚନୀ ବଣ୍ଡର ‘ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର’ ସହ ସମ୍ପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୨୧ ଅପରାହ୍ନ ୫ଟା ସୁଦ୍ଧା ଦେବାକୁ ସୁପ୍ରିମକୋର୍ଟ ଏସବିଆଇକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ବଣ୍ଡ୍ ନେଇ କୌଣସି ତଥ୍ୟ ଲୁଚା ଯାଇନାହିଁ ବୋଲି ଏକ ସତ୍ୟପାଠ [...]

Admin•ମାର୍ଚ୍ଚ 18, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିନଥିବାରୁ ସୁପ୍ରିମକୋର୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଭର୍ତ୍ସନା କରିଛନ୍ତି । ବଣ୍ଡ୍ ତଥ୍ୟ ପ୍ରକାଶ କରିବାରେ ଏସବିଆଇ ଚୟନାତ୍ମକ ଆଭିମୁଖ୍ୟ ଗ୍ରହଣୀୟ ନୁହେଁ । ନିର୍ବାଚନୀ ବଣ୍ଡର ‘ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର’ ସହ ସମ୍ପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୨୧ ଅପରାହ୍ନ ୫ଟା ସୁଦ୍ଧା ଦେବାକୁ ସୁପ୍ରିମକୋର୍ଟ ଏସବିଆଇକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ବଣ୍ଡ୍ ନେଇ କୌଣସି ତଥ୍ୟ ଲୁଚା ଯାଇନାହିଁ ବୋଲି ଏକ ସତ୍ୟପାଠ ମଧ୍ୟ ଦାଖଲ କରିବ ଏସବିଆଇ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି, ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟ ସମସ୍ତ ବିବରଣୀ ପ୍ରକାଶ କରିବାକୁ ବ୍ୟାଙ୍କକୁ କହିଥିଲେ । ଏଥିପାଇଁ ବ୍ୟାଙ୍କ କୋର୍ଟଙ୍କ ଠାରୁ ଅଧିକ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବା ଉଚିତ ନୁହେଁ |

ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିନଥିବାରୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏସବିଆଇ ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିବାକୁ ପଡ଼ିବ ବୋଲି କହିଥିଲେ କୋର୍ଟ ।

ପ୍ରତି ନିର୍ବାଚନୀ ବଣ୍ଡର ଏକ ‘ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର’ ରହିଛି ଯାହା ଖାଲି ଆଖିରେ ଦେଖାଯାଏ ନାହିଁ। ଏହି ସ୍ବତନ୍ତ୍ର ନମ୍ବର କେବଳ ଅଲଟ୍ରା ଭାଓଲେଟ୍ ଆଲୋକରେ ଦୃଶ୍ୟମାନ ହେବ । ଏହି ସ୍ବତନ୍ତ୍ର ନମ୍ବର ଦ୍ଵାରା କେଉଁ ସଂସ୍ଥା କେଉଁ ରାଜନୈତିକ ଦଳକୁ କେତେ ଚାନ୍ଦା ଦେଇଛି ସେନେଇ ମେଳ କରାଯାଇ ପାରିବ। ଏସବିଆଇ ମାର୍ଚ୍ଚ ୧୨ରେ ନିର୍ବାଚନ କମିଶନଙ୍କୁ ଯେଉଁ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦେଇଥିଲା ତହିଁରେ ବଣ୍ଡ୍ ନମ୍ବର ନଥିଲା ।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ମାମଲାରେ ଶିଳ୍ପ ସଂସ୍ଥା, ଆସୋଚାମ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଆବେଦନ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ବଣ୍ଡ୍ ନମ୍ବର ପ୍ରକାଶ ନ କରିବାକୁ ଶିଳ୍ପ ସଂସ୍ଥାଗୁଡିକ ଆବେଦନ କରିଥିଲେ। ଏହାଛଡ଼ା ବଣ୍ଡ ବିବରଣୀ ସମ୍ପର୍କିତ ରାୟର ପୁନର୍ବିଚାର ନେଇ ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ)ର ସଭାପତିଙ୍କ ଚିଠି ଉପରେ ବିଚାର କରିବାକୁ ମଧ୍ୟ ମନା କରିଦେଇଛନ୍ତି କୋର୍ଟ।

#Odia#Odisha#News
Share Article:

Related Articles