ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଇ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଛନ୍ତି। ତେବେ କୋର୍ଟ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧୀୟ ନୂଆ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି । ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ୍ ଦାବି କରି ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ [...]

Admin•ମାର୍ଚ୍ଚ 21, 2024
Share Article:

ନୂଆଦିଲ୍ଲୀ: ଦୁଇ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଛନ୍ତି। ତେବେ କୋର୍ଟ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧୀୟ ନୂଆ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି ।

ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ରୋକ୍ ଦାବି କରି ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପାଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ କହିଛନ୍ତି, “ଆମେ ବର୍ତ୍ତମାନ ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିପାରିବୁ ନାହିଁ। କାରଣ ଏହା ଦ୍ବାରା ଅରାଜକତା ଓ ଅବ୍ୟବସ୍ଥା ଭଳି ପରିସ୍ଥିତି ସୃଷ୍ଟି କରିବ । ଆମେ ଅନ୍ତରୀଣ ଆଦେଶ ଜରିଆରେ ଏହି ନିଯୁକ୍ତି ଉପରେ ରୋକ୍ ଲଗାଇ ପାରିବୁ ନାହିଁ । ନୂଆ ନିର୍ବାଚନ କମିଶନରଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ।

ଶୁଣାଣି ସମୟରେ ଦୁଇଜଣ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗୃହୀତ ପ୍ରକ୍ରିୟା ନେଇ ଖଣ୍ଡପୀଠ କେନ୍ଦ୍ରକୁ ପ୍ରଶ୍ନ କରିଥିଲା । ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ବିଚାର କରିବାକୁ ଗଠିତ ଚୟନ କମିଟିକୁ ଅଧିକ ସମୟ ଦିଆଯିବା ଉଚିତ ଥିଲା । ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗଠିତ ସର୍ଚ୍ଚ କମିଟିକୁ ପ୍ରାର୍ଥୀଙ୍କ ପୃଷ୍ଠଭୂମି ଯାଞ୍ଚ୍ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ଉଚିତ୍ ବୋଲି ଖଣ୍ଡପୀଠ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୨୩ର ରାୟରେ କେଉଁଠି ଆମେ କହିନଥିଲୁ ଯେ ନିର୍ବାଚନ କମିଶନର୍ ନିଯୁକ୍ତ ଚୟନ କମିଟିରେ ନ୍ୟାୟପାଳିକାର ଜଣେ ସଦସ୍ୟ ରହିବା ଉଚିତ୍।

ନିକଟରେ ନିର୍ବାଚିତ କମିଶନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ନିଯୁକ୍ତ ହୋଇଥିଲେ।

#Odia#Odisha#News
Share Article:

Related Articles