ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ନୂଆ ଆଇନ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର(ଇସି)ଙ୍କ ନିଯୁକ୍ତି ସମ୍ପର୍କିତ ନୂଆ ଆଇନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମୋଦୀ ସରକାର ଆଣିଥିବା ନୂଆ ଆଇନରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ଜଣେ କ୍ୟାବିନେଟ ମନ୍ତ୍ରୀ ଓ ଲୋକସଭାର ବିରୋଧୀ ଦଳ ନେତା ରହିବେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ [...]

Admin•ଫେବୃଆରୀ 14, 2024
Share Article:

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର(ଇସି)ଙ୍କ ନିଯୁକ୍ତି ସମ୍ପର୍କିତ ନୂଆ ଆଇନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ମୋଦୀ ସରକାର ଆଣିଥିବା ନୂଆ ଆଇନରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଛି। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ସହ ଜଣେ କ୍ୟାବିନେଟ ମନ୍ତ୍ରୀ ଓ ଲୋକସଭାର ବିରୋଧୀ ଦଳ ନେତା ରହିବେ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଏକ ଏନଜିଓ ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ଦ୍ୱାରା ଦାୟର ପିଟିସନ ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି । ଏହାର ଶୁଣାଣି ଏହି ମାମଲାର ବିଚାରାଧୀନ ଅନ୍ୟ ପିଟିସନ ସହିତ ଏପ୍ରିଲରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହି ପିଟିସନରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନର (ସାମ୍ବିଧାନିକତା, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟାଳୟ ଅବଧି) ଆଇନ, ୨୦୨୩ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି।

ଆବେଦନକାରୀ ଏନଜିଓ ପକ୍ଷରୁ ହାଜର ହୋଇଥିବା ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି କରିଥିଲେ ଯେ ଏହି ଆଇନ ସର୍ବୋଚ୍ଚ ନ୍ୟାୟାଳୟର ସମ୍ବିଧାନ ପୀଠ ଦେଇଥିବା ରାୟର ବିରୋଧାଭାସ । ସିଇସି ଏବଂ ଇସିଙ୍କ ନିଯୁକ୍ତି ସମ୍ବନ୍ଧୀୟ କମିଟିର ପ୍ରଧାନ ବିଚାରପତି ଏକ ଅଂଶ ହେବେ ବୋଲି ସମ୍ବିଧାନ ପୀଠ ନିଜ ରାୟରେ କହିଥିଲେ । ପ୍ରଶାନ୍ତ ଭୂଷଣ କହିଥିଲେ ଦୁଇ ନିର୍ବାଚନ କମିଶନର ଅବସର ନେବାକୁ ଯାଉଛନ୍ତି । ଯଦି ଆଇନର କାର୍ଯ୍ୟକାରିତା ସ୍ଥଗିତ ନହୁଏ ତେବେ ଏହି ଆବେଦନ ଅର୍ଥହୀନ ହୋଇଯିବ। ତେବେ ଏହି ଆଇନ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଥିଲେ ।

ଏହି ନୂଆ ଆଇନରେ କୁହାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟିର ସୁପାରିଶ କ୍ରମେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିବେ । ଏହି କମିଟିରେ ଲୋକସଭାରେ ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ ସଦସ୍ୟ ରହିବେ।

#Odia#Odisha#News
Share Article:

Related Articles