ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଭୋଜଶାଳା ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାର ମଧ୍ୟଯୁଗୀୟ ‘ଭୋଜଶାଳା’ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି । ତେବେ ବିନା ଅନୁମତିରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍ଆଇ)ର ସର୍ଭେ ଫଳାଫଳ ଆଧାରରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ କହିଛନ୍ତିି ସର୍ବୋଚ୍ଚ ନ୍ୟାୟାଳୟ । ଏଏସ୍ଆଇ ଦ୍ବାରା ସୁରକ୍ଷିତ ଏହି ଏକାଦଶ ଶତାବ୍ଦୀର ପରିସର ଉପରେ ଅଧିକାର ନେଇ ଉଭୟ ହିନ୍ଦୁ ଓ ମୁସଲିମ ଦାବି କରୁଛନ୍ତି। ହିନ୍ଦୁମାନେ ଭୋଜଶାଳାକୁ ବାଗଦେବୀ [...]

Admin•ଅପ୍ରେଲ 1, 2024
Share Article:

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାର ମଧ୍ୟଯୁଗୀୟ ‘ଭୋଜଶାଳା’ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରି ଦେଇଛନ୍ତି । ତେବେ ବିନା ଅନୁମତିରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍ଆଇ)ର ସର୍ଭେ ଫଳାଫଳ ଆଧାରରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ କହିଛନ୍ତିି ସର୍ବୋଚ୍ଚ ନ୍ୟାୟାଳୟ ।

ଏଏସ୍ଆଇ ଦ୍ବାରା ସୁରକ୍ଷିତ ଏହି ଏକାଦଶ ଶତାବ୍ଦୀର ପରିସର ଉପରେ ଅଧିକାର ନେଇ ଉଭୟ ହିନ୍ଦୁ ଓ ମୁସଲିମ ଦାବି କରୁଛନ୍ତି। ହିନ୍ଦୁମାନେ ଭୋଜଶାଳାକୁ ବାଗଦେବୀ (ସରସ୍ବତୀ)ଙ୍କ ମନ୍ଦିର ବୋଲି ବିବେଚନା କରୁଥିବାବେଳେ ମୁସଲିମମାନେ ଏହାକୁ କମାଲ ମୌଲା ମସଜିଦ ବୋଲି ଦାବି କରୁଛନ୍ତି ।

ଏପ୍ରିଲ୍ ୭, ୨୦୦୩ରେ ଏଏସ୍ଆଇ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ହିନ୍ଦୁମାନେ ମଙ୍ଗଳବାର ଦିନ ଭୋଜଶାଳା ପରିସରରେ ପୂଜା କରୁଥିବାବେଳେ ମୁସଲିମ ସମ୍ପ୍ରଦାୟ ଶୁକ୍ରବାର ଦିନ ଏଠାରେ ନମାଜ ପାଠ କରନ୍ତି।

ବୈଜ୍ଞାନିକ ସର୍ବେକ୍ଷଣ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟର ମାର୍ଚ୍ଚ ୧୧ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ‘ମୌଲାନା କମଲୁଦ୍ଦିନ କଲ୍ୟାଣ ସମିତି’ର ଆବେଦନ ଉପରେ କେନ୍ଦ୍ର, ମଧ୍ୟପ୍ରଦେଶ ସରକାର, ଏଏସଆଇ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ନୋଟିସର ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। ସେପର୍ଯ୍ୟନ୍ତ ଅଦାଲତଙ୍କ ଅନୁମତି ବିନା ସର୍ଭେ ଫଳାଫଳ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଛନ୍ତି । ଏପରି କୌଣସି ଖନନ କରାଯିବା ଉଚିତ ନୁହେଁ ଯାହା ଦ୍ବାରା ଭୋଜଶାଳାର ଆକାର ବଦଳିବ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ସୁପ୍ରିମକୋର୍ଟ ।

#Odia#Odisha#News
Share Article:

Related Articles