ଇଭିଏମ୍-ଭିଭିପାଟ୍ ୧୦୦% ଯାଞ୍ଚ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କିନ୍ତୁ ଦେଲେ ଏହି ଦୁଇ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଦିଆଯାଉଥିବା ଭୋଟକୁ, ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ସହ ୧୦୦ ପ୍ରତିଶତ ମେଳ କରିବା ଦାବି କରି ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ ବାଲଟ୍ ପେପର ଜରିଆରେ ମତଦାନ ପାଇଁ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ତେବେ ଇଭିଏମ୍-ଭିଭିପାଟ୍ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ନିର୍ଦ୍ଦେଶ ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ଶେଷ ହେବା ପରେ, [...]
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଦିଆଯାଉଥିବା ଭୋଟକୁ, ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ସହ ୧୦୦ ପ୍ରତିଶତ ମେଳ କରିବା ଦାବି କରି ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ ବାଲଟ୍ ପେପର ଜରିଆରେ ମତଦାନ ପାଇଁ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ତେବେ ଇଭିଏମ୍-ଭିଭିପାଟ୍ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ନିର୍ଦ୍ଦେଶ ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ଶେଷ ହେବା ପରେ, ସିମ୍ବଲ ଲୋଡିଂ ୟୁନିଟ୍ (ଏସ୍ଏଲୟୁ) କୁ ସିଲ୍ କରାଯିବ । ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧି ସିଲ୍ ଉପରେ ଦସ୍ତଖତ କରିବେ । ଇଭିଏମ୍ ସହ ‘ଏସ୍ଏଲୟୁ’କୁ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ରଖାଯିବ | ଯାଞ୍ଚ୍ ପାଇଁ ଆବଶ୍ୟକ ପଡିଲେ ସେଗୁଡ଼ିକ ଖୋଲାଯିବ।
ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ନିର୍ଦ୍ଦେଶ ହେଉଛି – ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀ ଫଳାଫଳ ଘୋଷଣାର ୭ ଦିନ ମଧ୍ୟରେ ଇଭିଏମ୍ ତିଆରି କରୁଥିବା ସଂସ୍ଥା/କମ୍ପାନୀର ଏକ ଇଞ୍ଜିନିୟରିଂ ଟିମ୍ ଦ୍ୱାରା ଇଭିଏମ୍-ଭିଭିପାଟ୍ ଯାଞ୍ଚ୍ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ବହନ କରିବେ । ଯଦି ଇଭିଏମ୍ ଟାମ୍ପରିଂ ହୋଇଥିବା ପ୍ରମାଣିତ ହୁଏ, ତେବେ ଆବେଦନକାରୀ ପ୍ରାର୍ଥୀଙ୍କୁ ଅର୍ଥ ଫେରସ୍ତ କରାଯିବ ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏପ୍ରିଲ ୨୪ରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲା ଖଣ୍ଡପୀଠ।
ଇଭିଏମ୍ ସହ ଭିଭିପାଟର ୧୦୦ ପ୍ରତିଶତ ମେଳ ପାଇଁ ଏନଜିଓ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ସହ ଅକ୍ଷୟ ଭଚାନ୍ଦ ଖଜେଦ ଏବଂ ଅରୁଣ କୁମାର ଅଗ୍ରୱାଲ ଆବେଦନ କରିଥିଲେ । ଆବେଦନକାରୀ ଭିଭିପାଟ୍ ସ୍ଲିପର ବ୍ୟକ୍ତିଗତ ଭାବେ ଯାଞ୍ଚ୍ ପାଇଁ ଭୋଟରଙ୍କୁ ଅନୁମତି ଦେବାକୁ ମଧ୍ୟ ଦାବି କରିଥିଲେ ।
ଭିଭିପାଟ୍ ମେସିନ୍ ଜରିଆରେ ଜଣେ ଭୋଟର ତାଙ୍କ ଭୋଟ ସଠିକ୍ ପ୍ରାର୍ଥୀଙ୍କୁ ଯାଇଛି କି ନାହିଁ ତାହା ମେସିନରୁ ୭ ସେକେଣ୍ଡ ପାଇଁ ବାହାରୁଥିବା ସ୍ଲିପ ଦେଖି ନିଶ୍ଚିତ କରିପାରିବେ। ସମ୍ପ୍ରତି ପ୍ରତି ନିର୍ବାଚନ ମଣ୍ଡଳୀରେ ଭିଭିପାଟ୍ ସ୍ଲିପ୍ ମାଧ୍ୟମରେ କେବଳ ୫ଟି ମନୋନୀତ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍)କୁ ମେଳ କରାଯାଉଛି ।
ଏହି ମାମଲାର ଦୁଇ ଦିନ ଧରି ଶୁଣାଣି ପରେ ଖଣ୍ଡପୀଠ ଏପ୍ରିଲ ୧୮ରେ ରାୟ ସଂରକ୍ଷିତ ରଖିଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ବୁଧବାର (ଏପ୍ରିଲ ୨୪) ଏହି ମାମଲାକୁ ତାଲିକାଭୁକ୍ତ କରିଥିଲେ। ସୁପ୍ରିମକୋର୍ଟ କିଛି ବିଷୟ ଉପରେ ନିର୍ବାଚନ କମିଶନଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ରାୟ ସଂରକ୍ଷିତ ରଖିବା ବେଳେ ଆମେ ନିର୍ବାଚନକୁ ନିୟନ୍ତ୍ରଣ କରିପାରିବୁ ନାହିଁ ବୋଲି ଟିପ୍ପଣୀ କରିଥିଲେ ସୁପ୍ରିମକୋର୍ଟ ।
Filing of Nomination Papers for 1st Phase Elections In Odisha Ends, Scrutiny Today
Next ArticleKartik Pandian Campaigns in Nabarangpur
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
