ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେନ୍ଦ୍ରର ‘ଫ୍ୟାକ୍ଟ ଚେକ୍ ୟୁନିଟ୍’ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, କହିଲେ ଏହା ବାକ୍ ସ୍ୱାଧୀନତାର ଉଲ୍ଲଂଘନ

ନୂଆଦିଲ୍ଲୀ: ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) ଗଠନ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ୍ ଲଗାଇଛନ୍ତି । କେନ୍ଦ୍ରର ଏହି ପଦକ୍ଷେପ ବାକ୍ ତଥା ଅଭିବ୍ୟକ୍ତିର ସ୍ୱାଧୀନତାର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ଆଇଟି ଆଇନ, ୨୦୨୧ ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଗତକାଲି (ମାର୍ଚ୍ଚ ୨୦) ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। କେନ୍ଦ୍ରର ଏହି ଫ୍ୟାକ୍ଟ ଚେକ୍ ୟୁନିଟ୍ ସୋସିଆଲ [...]

Admin•ମାର୍ଚ୍ଚ 21, 2024
Share Article:

ନୂଆଦିଲ୍ଲୀ: ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) ଗଠନ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ଗୁରୁବାର ରୋକ୍ ଲଗାଇଛନ୍ତି । କେନ୍ଦ୍ରର ଏହି ପଦକ୍ଷେପ ବାକ୍ ତଥା ଅଭିବ୍ୟକ୍ତିର ସ୍ୱାଧୀନତାର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ଆଇଟି ଆଇନ, ୨୦୨୧ ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତରଫରୁ ଗତକାଲି (ମାର୍ଚ୍ଚ ୨୦) ଏକ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା।

କେନ୍ଦ୍ରର ଏହି ଫ୍ୟାକ୍ଟ ଚେକ୍ ୟୁନିଟ୍ ସୋସିଆଲ ମିଡ଼ିଆରେ ସରକାରଙ୍କ ସମ୍ପର୍କରେ ମିଛ ଖବର ଚିହ୍ନଟ କରିବ ବୋଲି କୁହାଯାଇଥିଲା। ଏହାପରେ ଉକ୍ତ ଖବରକୁ ସମ୍ପୃକ୍ତ ସୋସିଆଲ ମିଡ଼ିଆରୁ ହଟାଇବାକୁ ହେବ । କେନ୍ଦ୍ରର ଏହି ଫ୍ୟାକ୍ଟ ଚେକ୍ ୟୁନିଟ୍ ବିରୋଧରେ ହାସ୍ୟ କଳାକାର କୁନାଲ କାମରା ଓ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସୁପ୍ରିମକୋର୍ଟ ଯାଇଥିଲେ ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ମଧ୍ୟ ବମ୍ବେ ହାଇକୋର୍ଟଙ୍କ ମାର୍ଚ୍ଚ ୧୧ ଆଦେଶକୁ ରଦ୍ଦ କରିଛନ୍ତିି । ବମ୍ବେ ହାଇକୋର୍ଟ ଉକ୍ତ ଆଦେଶରେ କେନ୍ଦ୍ର ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ।

#Odia#Odisha#News
Share Article:

Related Articles